ଭୁବନେଶ୍ୱର, ବର୍ତମାନ ରାଜ୍ୟରେ କୌଣସି ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । 14 ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଥିରୁ ଧାମରା ଓ ଗୋପାଳପୁର ଠାରୁ ଦୁଇଟି ଅଣବୃହତ ବନ୍ଦର କାର୍ଯ୍ୟକ୍ଷମ ଅଛି. ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି । ବାକି 10ରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି, ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ । ସବୁ ସୁବ୍ୟବସ୍ଥିତ କରିବା ପାଇଁ ଆଇଆଇଟି ମାଡ୍ରାସ ସହ 16କୋଟି 85ଲକ୍ଷ 400 ଟଙ୍କାର ଚୁକ୍ତି ହୋଇଛି ।
ସେ କହିଛନ୍ତି ଯେ କେନ୍ଦ୍ରାପଡ଼ା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ଯାହାର ସର୍ଭେ କାମ ଚାଲିଛି । ସବୁ କାମ ସରକାରୀ ଓ ଘରୋଇ ସହାଭାଗିତାରେ ଚାଲିଛି । ରାଜ୍ୟ ସରକାର କେବଳ ଲିଜ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି ।