ଗଞ୍ଜାମ, ବ୍ରହ୍ମପୁର ସ୍ଥିତ ରୁବି ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ବିଶ୍ଵ ଗ୍ଲୁକୋମା ସପ୍ତାହ ପାଳିତ ହୋଇଛି । ଏହି ଉପଲକ୍ଷେ ରୋଗୀ ମାନଙ୍କ ଚିକିତ୍ସା ଓ ଚକ୍ଷୁ ପରୀକ୍ଷା ସହ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ହସ୍ପିଟାଲର ଚେୟାରମେନ ଡାକ୍ତର ବି.ଏନ.ଆର. ସୁବୁଦ୍ଧି ସୂଚନା ଦେଇଛନ୍ତି ।
ଏଥିସହ ସହର ଓ ସହର ତଳି ଅଂଚଳରେ ଏକ ବିରାଟ ଜନସଚେତନତା ଓ ରାଲିର ଆୟୋଜନ କରାଯାଇଥିଲା । ଏହାର ନେତୃତ୍ଵ ନେଇଥିଲେ ଡାକ୍ତର ଇ. ଜୟନ୍ତ ରାଓ, ଡା. ପ୍ରବୀଣ ରାଓ, କମଳାକାନ୍ତ ପାଣିଗ୍ରାହି, ଡା. ସମରେନ୍ଦ୍ର କୁମାର ସାହୁ ଓ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ।