ଗଞ୍ଜାମ,ଆଜି ଠାରୁ ବ୍ରହ୍ମପୁରରେ ହର୍ବାଲ୍ ମେଳା ଆରମ୍ଭ ହୋଇଛି । ଏହି ମେଳା ୫ ଦିନ ବ୍ୟାପୀ ଚାଲିବ । ଏହି ମେଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ସ୍ଥାନୀୟ ଅଂଚଳରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ ବୈଦ୍ୟ, ଜଡ଼ିବୁଟି ଚିକିତ୍ସକ, ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଯୋଗ ଦେଇଛନ୍ତି । ଏହା ସହ ଏଠାରେ ବିଭିନ୍ନ ଆୟୁର୍ବେଦିକ ଔଷଧ, ଔଷଧ ଚାରା ବିକ୍ରୀ କରିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ବରିଷ୍ଠ ଆୟୁର୍ବେଦିକ ଡ଼ାକ୍ତର ନିଶୁକ୍ଳ ସ୍ଵାସ୍ଥ୍ୟସେବା ପ୍ରଦାନ କରିବେ । ବିଭିନ୍ନ ରୋଗ ସମ୍ପର୍କରେ ଆଲୋଚନାଚକ୍ର ସହ ସଚେତନତା ଓ ଚିକିତ୍ସା ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ ହୋଇଛି । ପ୍ରତ୍ୟେହ ସଂନ୍ଧ୍ୟାରେ ଆଲୋଚନାଚକ୍ର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଖଣ୍ଡ ଅଧିକାରୀ ଶନି ଖୋଖର ଏବଂ ଏସିଏଫ ଏ. ମାଧବୀଲତା ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୯ ମସିହାରୁ ବ୍ରହ୍ମପୁର ସହରରେ ଆୟୋଜିତ ହୋଇ ଆସୁଛି ଏହି ହର୍ବାଲ୍ ମେଳା ।