
ଭଦ୍ରକ – ବିଭିନ୍ନ ସମସ୍ୟା ନେଇ ଆଜି ଭଦ୍ରକ ରାନ୍ଦିଆହାଟସ୍ଥିତ ମା’ ବାସନ୍ତୀ ଦୁର୍ଗାପୂଜା କମିଟି ର ସଦସ୍ୟମାନେ ଜିଲାପାଳଙ୍କ ଅଭିେଯାଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଛନ୍ତି। ବାଗୁରାଇ ଠାରୁ ରାନ୍ଦିଆ କଲେଜ ପର୍ଯ୍ୟନ୍ତ ଜଳସେଚନ ବିଭାଗ ଅଧୀନରେ ଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ତୁରନ୍ତ ଏହାର ମରାମତି ସହିତ ପିଚୁ କରିବା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କୋର, କୁଳିଖôଆ-ରାମକୃଷ୍ଣପୁର ରାସ୍ତାଟି ସ୍ଥାନୀୟ ଚାରିଟି ପଂଚାୟତର ପ୍ରାୟ ୨୫ ହଜାର ଲୋକଙ୍କ ଯାତାୟତର ମାଧ୍ଯମ ହୋଇଥିବାବେଳେ ଏହା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାରୁ ଏହାର ପୁନରୁଦ୍ଧାର ଏବଂ ବାଉଦପୁର ଷ୍ଟେସନ ନିକଟରେ ଥିବା ଏକ ମଦ ଦୋକାନକୁ ବନ୍ଦ କରିବା ଭଳି ୩ଟି ଦାବି ନେଇ ଆଜି ସ୍ଥାନୀୟ ସରପ ମନୋରଂଜନ ପୁହାଣଙ୍କ ନେତୃତ୍ବରେ କମିଟିର କର୍ମକର୍ା ଶ୍ରୀନିବାସ ମିଶ୍ର, ଶ୍ରୀକାନ୍ତ ମହାପାତ୍ର, ନାରାୟଣ ମହାପାତ୍ର ଓ ରାଇମୋହନ ମହାପାତ୍ରଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।