ଭୁବନେଶ୍ୱର, ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଅଂଚଳରେ ମେଘୁଆ ପାଗ ରହିଛି । ଦକ୍ଷିଣ-ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ଲାଗିରହିଛି । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବ । ସେହିପରି ୧୮ ରେ ରାଜ୍ୟର ବର୍ଷାର ବିସ୍ତୃତି ବୃଦ୍ଧି ସହ କିଛି ଜିଲ୍ଲାରେ କୁଆପଥର (କରାମାଡ଼) ବର୍ଷା ସମ୍ଭାବନା ଥିବାରୁ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ , କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଚେତାବନୀ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର,ମୟୁରଭଂଜ, ଝାରସୁଗୁଡା,ବରଗଡ, ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବ । ଏହା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଏଥିପାଇଁ ସମସ୍ତ ଜିଲ୍ଲାଗୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୧୭ ରୁ ୧୮ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ , ରାୟଗଡା,ନବରଙ୍ଗପୁର, ଗଂଜାମ, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର ୪୦ ରୁ ୫୦ କିମି ବେଗରେ ପବନ ବହିବ । ଏହା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଏଥିପାଇଁ ସମସ୍ତ ଜିଲ୍ଲାଗୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।