କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଝାଡ଼ଖଣ୍ଡ ଯୋଗାସନ ସଂଘ ପକ୍ଷ ରୁ ରାଞ୍ଚି ଠାରେ ଅନୁଷ୍ଠିତ ହୋଇଯାଇଅଛି ପ୍ରଥମ ମହିଳା ଖେଲୋ ଇଣ୍ଡିଆ ଲିଗ୍ ପ୍ରତିଯୋଗିତା ।ଏଥିରେ ପୁରୀ ଝାଡେଶ୍ୱରି କ୍ଲବ ର ପ୍ରତିଯୋଗୀ ମାନେ ଭାଗନେଇ ସ୍ଵର୍ଣ୍ଣପଦକ ବିଜୟୀ ହୋଇ ପୁରୀ ର ଗୌରବ ଆଣିଛନ୍ତି ।ଏହି ପ୍ରତିଯୋଗୀ ଙ୍କ ମଧ୍ୟରୁ ସୁନୀତା ମାଝୀ ୧୮ବର୍ଷରୁ କମ୍ ଆର୍ଟିଷ୍ଟିକ ଯୋଗାସନ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଜିତିଥିଲା ବେଳେ ଟ୍ରାଡିସନାଲ ବିଭାଗ ରେ ସୋନିକା ଦାସ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ବିଜୟିନୀ ହୋଇଥିଲେ ।ଏମାନ ଙ୍କ ମଧ୍ୟ ରେ ଅଲିଭାରାଣୀ ମଲ୍ଲିକ,ସୋନିକା ଦାସ, ସାଇନା ସୋନଲିକା ପାତ୍ର, ଆଦ୍ୟାସା ଜେନା, ବର୍ଷାପ୍ରିୟଦର୍ଶିନୀ ଜେନା, ଅମ୍ରିତା ଅନନ୍ୟା ଜେନା ପ୍ରମୁଖ ଭାଗ ନେଇ ଓଡ଼ିଶା କୁ ଉପବିଜେତା କରାଇଥିଲେ ।ଏହି ପ୍ରତିଯୋଗୀତା ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ,୩୫ ଜଣ ପ୍ରତିଯୋଗୀନୀ ଅଂଶଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତା ରାଞ୍ଚି ଠାରେ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜାତୀୟ ପ୍ରଶିକ୍ଷକ ନିଖିଳ କୁମାର ଦଳାଇ ମ୍ୟାନେଜର ରୂପେ ଓ ଶ୍ରୀମତୀ ମଧୁଛନ୍ଦା ସ୍ୱାଇଁ ଆନ୍ତର୍ଜାତୀୟ ବିଚାରକ ଭାବରେ ପ୍ରତିଯୋଗିତା ର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। କ୍ରୀଡାବିତ୍ ମାନେ ଆଗାମୀଦିନରେ ରେ ପ୍ରଶିକ୍ଷକ ସଞ୍ଜୟ କୁମାର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଅଲମ୍ପିକ୍ସ ପାଇଁ ପ୍ରତିନିଧିତ୍ଵ କରିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଝଡେଶ୍ୱରି କ୍ଲବ ପରିସର ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ କ୍ଲବ ର ସଭାପତି କୃଷ୍ଣଚନ୍ଦ୍ର ଦାସ ଓ କୋଷାଧକ୍ଷ ଜିତେନ୍ଦ୍ର ନାଥ ଦାସ ଯୋଗଦେଇ ଖେଳାଳି ମନକୁ ୧୦୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଏହି ପ୍ରତିଯୋଗିତା ବିଶ୍ୱଯୋଗ ସଂଘ,କେନ୍ଦ୍ରୀୟଯୁବ ବ୍ୟାପାର ମନ୍ତ୍ରଣାଳୟ,କେନ୍ଦ୍ରୀୟ ଆଲମ୍ପିକ ଯୋଗ ସଂଘ ଦ୍ଵାରା ପରିଚାଳିତ ହୋଇଥିଲା ।
Related Stories
November 24, 2024
November 24, 2024