କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ପୁରୀର ରଥଯାତ୍ରା ହେଉଛି ବିଶ୍ୱ ପ୍ରସିଦ୍ଧ ।ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ।ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି। ଅପରାହ୍ନରେ ସର୍କିଟ ହାଉସ ଠାରେ ଆଗାମୀ ରଥଯାତ୍ରା ପାଇଁ ରଥକାଠ ଯୋଗାଣ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଆୟୁକ୍ତ ଡଃ ଦଳାଇ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାରର କାଠର ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୧୧୮ ଖଣ୍ଡ ବଳକା ଥିବାରୁ ଅବଶିଷ୍ଟ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଥିଲେ। ଏହି କାଠ ନୟାଗଡ,ବୌଦ୍ଧ, ଖୋର୍ଦ୍ଧା, ଘୁମୁସର, ରେଢାଖୋଲ ଇତ୍ୟାଦି ବନଖଣ୍ଡ ରୁ ଯୋଗାଣ ପାଇଁ ସଂପୃକ୍ତ ଡିଏଫଓ ମାନେ ସୂଚନା ଦେଇଛନ୍ତି। ଅପରପକ୍ଷରେ ରଥ କାଠର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ର ବ୍ୟବସ୍ଥା ସହ ନିୟମିତ ଅନୁଧ୍ୟାନ କରାଯାଉଛି।ପ୍ରତ୍ୟେକ ଡିଏଫଓ ମାନେ ସେମାନଙ୍କ ଅଞ୍ଚଳକୁ ଅନୁଧ୍ୟାନ କରି ରଥକାଠ ସମ୍ପର୍କରେ ଏକ ଡାଟାବେଶ ପ୍ରସ୍ତୁତ କରିବାକୁ ଆୟୁକ୍ତ ପରାମର୍ଶ ଦେଇଥିଲେ। ଯେଉଁ ବ୍ୟକ୍ତି ବିଶେଷ ରଥ ନିର୍ମାଣ ପାଇଁ କାଠ ସ୍ୱଇଛାରେ ଦେଉଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଡ଼ଃ ଦଳାଇ ମତ ଦେଇଥିଲେ। ଏହି ବୈଠକରେ ଆରସିସିଏଫ ସଞିତ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା,ପୁରୀ ଡିଏଫଓ ଡି ରାମସିଂ,ଖୋର୍ଦ୍ଧା ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ,ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ,ଭୁବନେଶ୍ୱର ଉତ୍ତର ଡିଏଫଓ ସୁଦର୍ଶନ ବେହେରା, ଭୁବନେଶ୍ୱର ଦକ୍ଷିଣ ଡିଏଫଓ ଦିଲ୍ଲୀପ କୁମାର ରାଉତ, ବୌଦ୍ଧ ଡିଏଫଓ ଦେବପ୍ରିୟ କାମ୍ପା,ଶ୍ରୀମନ୍ଦିର ପ୍ରଶାସକ ଉନ୍ନୟନ ଅଜୟ କୁମାର ଜେନା, ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ସୁଦର୍ଶନ ମେକାପ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Related Stories
November 24, 2024
November 24, 2024