-
ମା ମଙ୍ଗଳାଙ୍କୁ ପୂଜି ଜଗତ କଲ୍ୟାଣ ପାଇଁ ରକ୍ତ ଦେଲେ ମହିଳା,
ପୁରୀ ଜିଲ୍ଲା ସ୍ଵେଚ୍ଛାସବୀ ସଂଗଠନ ଦି ବେଲ୍ ଓ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ମିଳିତ ସହଯୋଗରେ ନିଆରା ଢଙ୍ଗରେ “ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ” ରକ୍ତ ଦାନ ଶିବିର ଆୟୋଜିତ ହୋଇଛି ।ପୁରୀ ଷ୍ଟେଟ ବ୍ୟାଙ୍କ ହୋଲିଡେ ହୋମ ଠାରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ୬୦ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି ।ଏହି ଦିନ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ପଡୁ ଥିବାରୁ ଏହାକୁ ନିଆରା ଢ଼ଙ୍ଗରେ ଆୟୋଜିତ କରି ମହିଳା ମାନଙ୍କ ମଧ୍ୟରେ ରକ୍ତ ଦାନ ପାଇଁ ଅଧିକ ସଚେତନତା ସୃଷ୍ଟି ପାଇଁ ଆୟୋଜକ ମାନଙ୍କ ତରଫରୁ ଶିବିର ନିକଟରେ ମା ମଙ୍ଗଳାଙ୍କ ପୂଜାର୍ଚ୍ଚନା ବ୍ୟବସ୍ଥା ସମ୍ପୂର୍ଣ୍ଣ ପାରମ୍ପରିକ ଢ଼ଙ୍ଗରେ କରାଯାଇଥିଲା।ପ୍ରଥମେ ଉପସ୍ଥିତି ରକ୍ତ ଦାତା ମହିଳା ମାନେ ଜଗତ ମାତା ମା ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ପନ୍ଥେଇ ପୂଜା କରିବା ପରେ ପଣା ପିଇ ଜଗତ ମଙ୍ଗଳ ଉଦ୍ୟେଶ ରେ ରକ୍ତ ଦାନ କରି ଥିଲେ।ଏହି ରକ୍ତ ଦାନ ଶିବିର ର ପୁରୁଷ ମାନଙ୍କ ସହିତ ୩୫ ଜଣ ମହିଳା ରକ୍ତ ଦାନ କରିଥିଲେ।ଏହି ଶିବିର ରେ ପୁରୀ କଲେକ୍ଟରେଟ ର ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆୟୋଜକଙ୍କ ଏହି ଅଭିନବ ପ୍ରୟାସ କୁ ପ୍ରଶଂସା କରିବା ସହିତ ମହିଳା ମାନେ କୌଣସି ପ୍ରକାର ଭ୍ରାନ୍ତ ଧାରଣା ର ଶିକାର ନ ହୋଇ ରକ୍ତ ଦାନ ପାଇଁ ଆଗେଇ ଆସିବା ଦରକାର ବୋଲି କହିଥିଲେ।ସେହିପରି କାର୍ଯ୍ୟକ୍ରମର ଆୟୋଜନ ସମର୍କରେ ସୂଚନା ଦେଇ ଦି ବେଲ୍ ର ଆବାହକ ସିଦ୍ଧାର୍ଥ ରାୟ ରକ୍ତ ଦାନ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଭାଗିଦାରୀ କମ୍ ରହୁଥିବାରୁ ବ୍ଲଡ ବ୍ୟାଙ୍କ୍ ରେ ରକ୍ତ ଅଭାବ ରହୁଚି ଏହାର କାରଣ ହେଉଛି ମହିଳା ମାନଙ୍କ ମନରେ ରକ୍ତ ଦାନ କୁ ନେଇ ଥିବା ଭୟ ଓ ଭ୍ରାନ୍ତ ଧାରଣା। ତେଣୁ ସେମାନଙ୍କୁ ଏ ଦିଗରେ ସଚେତନ କରାଇ ଅଧିକ ରକ୍ତ ଦାତା ସୃଷ୍ଟି କରିବା ଏହି ଶିବିର ର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ।
ଏହି କାର୍ୟକ୍ରମର ଅନ୍ୟ ତମ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ପୁରୀ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ଶତପଥି ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟରେ ନିଜ ସହଭାଗିତା ରଖିଛି ବୋଲି କହିବା ସହିତ ଷ୍ଟେଟ ବ୍ୟାଙ୍କ ତରଫରୁ ରକ୍ତ ଦାନ ପାଇଁ ଆଗେଇ ଆସିଥିବା କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଦେଇ ଥିଲେ।ଏହି ଅବସରରେ ମହିଳାମାନଙ୍କ ସଶକ୍ତି କରଣ କ୍ଷେତ୍ରରେ ଅଗ୍ରଣି ଭୂମିକା ଗ୍ରହଣ କରିଥିବା ପୁରୀ ଜିଲ୍ଲା ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘର ସଭାପତି ଶ୍ରୀମତୀ ମୀନାକ୍ଷୀ ପୃଷ୍ଟି ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଏହି ଶିବିରକୁ ସୁକାନ୍ତ ପଣ୍ଡା, ଗଜଲକ୍ଷ୍ମୀ ରାୟ, ବ୍ରଜକିଶୋର ସାହୁ, ରାଜକିଶୋର ପାତ୍ର, ସତ୍ୟନାରାୟଣ ସାହୁ, ସଞ୍ଜୟ ପ୍ରଧାନ, ରତିକାନ୍ତ ପ୍ରତିହାରୀ, ଦେବରାଜ ଦାସ, ଟିକୀନା ପ୍ରଧାନ, ଓମ୍ ପ୍ରସାଦ ମହାନ୍ତି, ଗୋପାଳ ନାୟକ, ଅମର ବାରିକ, ଗୁରୁଦେବ ବସନ୍ତରୟଙ୍କ ସମେତ ଅନୁଷ୍ଠାନର ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ