ଭୁବନେଶ୍ୱର, ଯେଉଁମାନେ ଶାସନରେ ଅଛନ୍ତି ସେମାନେ ହିଁ କୌରବ । କୌରବମାନେ ଯେମିତି ଅତ୍ୟଧିକ ଅତ୍ୟାଚାର ଏବଂ ଅହଂକାର ପାଇଁ ଯେମିତି ସେମାନେ ବୁଡି ଗଲେ ଏମାନେ ବି ଯେଉଁ ଅହଂ ଭାବ ଦେଖାଉଛନ୍ତି ଏମାନେ ବି ବୁଡି ଯିବେ । ଥରେ ବୁଡି ଗଲେ ଧ୍ୱଂସ ପାଇଯିବେ ବୋଲି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଗଣମାଧ୍ୟମର ଆଉ ଏକ ପ୍ରଶ୍ନରେ ସେ କହିଛନ୍ତି ଯେ ଆମେ ପାଣ୍ଡବ କି କଣ ଆମେ ଜାଣି ନାହୁଁ, କିନ୍ତୁ ଆମେ ଧର୍ମ ମାର୍ଗରେ ଅଛୁ । ଧର୍ମକୁ ସାକ୍ଷୀ ରଖି ସବୁ କାମ କରୁଛୁ । ଧର୍ମରେ ଥିବାରୁ ଆମର କିଛି ଅସୁବିଧା ହେବନି । ଜୟନାରାୟଣ କହିଛନ୍ତି, ଶକୁନି ତାର ଲକ୍ଷ୍ୟ ପ୍ରାପ୍ତି ଲାଗି କାମ କରୁଥିଲା । କୌରବ ବଂଶକୁ ଧ୍ୱଂସ କରିବା ଲାଗି କାମ କରୁଥିଲା ବୋଲି ଆମେ ମହାଭାରତରୁ ପଢିଛୁ ।