
ଭୁବନେଶ୍ୱର,ଫାଇଭ ଟି କଣ କୌଣସି ବିଭାଗ ବୋଲି ପ୍ରଶ୍ନ କରିବା ସହ ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ପୁଣି ଆଜି ବିଧାନସଭାରେ ଫାଇଭ ଟି କୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ କଣ ଫାଇଭ ଟି କଣ ଉତ୍ତରଦାୟିତ୍ୱରୁ ଉର୍ଧରେ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ପୁଣି ଖରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଫାଇଭ ଟି କଣ ଏକ ବିଭାଗ ବୋଲି ପ୍ରଶ୍ନ କରିବା ପରେ ସରକାରୀ ଦଳର ମୁଖ୍ୟ ସଚେତକ କହିଲେ ଯେ ଫାଇଭ ଟି ଏକ ଚିନ୍ତାଧାରା, ଏକ ବିଚାରଧାରା । ଯଦି ତାହା ବିଚାରଧାରା ତେବେ ସେହି ବିଚାରଧାରାରେ ବା ଫିଲସଫି ଆକାରରେ ରହୁ । ଏଥିରେ କୌଣସି ଅସୁବିଧା ନାହିଁ।
ସେ କହିଛନ୍ତି ଯେ ଯଦି ଫାଇଭ ଟି ଏକ ବିଚାରଧାରା ତେବେ ସେ ସବୁ ବିଭାଗର ମାଲିକ କେମିତି ସେ ହେଇଯାଉଛନ୍ତି ।
ସେ କହିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତେ ଉତରଦାୟୀ । ହେଲେ ଫାଇଭ ଟି କାହା ପାଖରେ ଉତ୍ତରଦାୟୀ, । ଫାଇଭ ଟି କଣ ସବୁଠୁ ଉର୍ଦ୍ଧ୍ବରେ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।