
ଭୁବନେଶ୍ୱର, ରାଜ୍ୟ ବ୍ୟାପୀ ଡ୍ରାଇଭର ମାନଙ୍କର ଆନ୍ଦୋଳନ ପ୍ରସଙ୍ଗ ବିଧାନସଭାରେ ଉଠିଛି । କଂଗ୍ରେସ ବିଧାୟକ ଦଳର ନେତା ଜୟ ନାରାୟଣ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି ।
ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ବିଧାୟକ ମାନେ କହିଛନ୍ତି ଯେ ରାଜ୍ୟବ୍ୟାପୀ ଡ୍ରାଇଭର ମାନେ ତାଙ୍କ ହକ ପାଇଁ ଲଢେଇ କରୁଛନ୍ତି। ଚକ୍ ଆଖ ବନ୍ଦ୍ କରିରଖିଛନ୍ତି।ସରକାର ସେମାନଙ୍କ ସହିତ କଥାବାର୍ତା କରି ସେମାନଙ୍କର ଦାବିକୁ ପୂରଣ କରନ୍ତୁ ।