ଭୁବନେଶ୍ୱର, ତେଲେଙ୍ଗାନାରେ ଇଟାଭାଟିରେ କାମ କରିବାକୁ ଦାଦନ ଖଟି ଯାଇଥିବା ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବିଭାଗୀୟ ମନ୍ତ୍ରୀ ଗୃହରେ ବକ୍ତବ୍ୟ ଦେବା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ସର୍ବାଧିକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ବଲାଙ୍ଗୀରରେ ଶିଳ୍ପ ପ୍ରତିଷ୍ଠା କରାଯାଉ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରେ କପା ଚାଷ ଖୁବ ହୁଏ । ତେଣୁ ସେଠାରେ ଟେକ୍ସଟାଇଲ ମିଲ ସ୍ଥାପନା କରାଯାଉ । ବଲାଙ୍ଗୀରରେ ଥିବା ଚିନିମିଲକୁ ପୁଣି ଥରେ ଚାଲୁ କରାଯାଉ । ସେହିଭଳି କଂଟାବାଂଜି ଠାରେ ରେଲବାଇ କାରଖାନା ସ୍ଥାପିତ କରା ଗଲେ ଅନେକ ଲୋକଙ୍କୁ ରୋଜଗାର ମିଳନ୍ତା ଓ ଦାଦନ ସମସ୍ୟାକୁ ରୋକା ଯାଇ ପାରିଥାନ୍ତା।