ଭୁବନେଶ୍ୱର, ଫାଇଭ ଟି ଏକ ମଡେଲ । ଗଭର୍ଣ୍ଣନାସକୁ ଚଳ ଚଞ୍ଚଳ କରିବା ପାଇଁ ଫାଇଭ ଟି ବ୍ୟବସ୍ଥା କରାଯାଇଛି । ତେଣୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ଗୃହର ସମୟ ନଷ୍ଟ କରା ନ ଯାଉ। ବିଜେଡ଼ି ବିଧାୟକ ଅମର ଶତପଥୀ ଶୂନ୍ୟକାଳରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ବି ଓଡ଼ିଶାର ଗଭର୍ଣ୍ଣନାସକୁ ମଡେଲ କୁ ପ୍ରଶଂସା କରିଛନ୍ତି। ତେଣୁ ଏହି ଫାଇଭ ଟି କଥା ବିରୋଧୀ ଦଳ ନେତାଙ୍କୁ କାହିଁକି ବାଧୁଛି। ସେ କେବଳ ଫାଇଭ ଟି ସଚିବ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ କାମ ବି କରୁଛନ୍ତି ଫାଇଭ ଟି ସଚିବ। ବିରୋଧୀଙ୍କୁ ଫାଇଭ ଟି ଭୁତ ଲାଗିଛି। ସେ ଝାଡି ଦିଅନ୍ତୁ। ଅଯଥା ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ କରନ୍ତୁ ନାଂହିଁ ।