ଭୁବନେଶ୍ୱର, ଶିକ୍ଷକ ମାନଙ୍କ ଆନ୍ଦୋଳନ ପ୍ରସଙ୍ଗ ମଧ୍ୟ ଆଜି ବିଧାନସଭାରେ ଉଠିଛି । ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରୁଥିବା ଶିକ୍ଷକ ମାନଙ୍କ ସହ ସରକାର କଥାବାର୍ତା କରି ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ବିରୋଧୀ ବିଧାୟକ ମାନେ ଦାବି କରିଛନ୍ତି ।
ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଶିକ୍ଷକ ମାନଙ୍କୁ ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଇ ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେ କେହି ବି ଆନ୍ଦୋଳନ କରି ପାରିବେ । ରାଜ୍ୟ ସରକାର ଶିକ୍ଷକ ମାନଙ୍କ ସହ ଆଲୋଚନା କରନ୍ତୁ । ସେହିପରି ବିଜେପି ବିଧାୟକ ମୋହନ ମାଝୀ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଶିକ୍ଷକ ମାନଙ୍କ ପ୍ରଶ୍ନ ବିଧାନସଭାରେ ଉଠାଇଥିଲେ ।