-
୨୪ ଘଂଟା ପରେ ବି ପୁଲିସ ହାତ ଖାଲି, ରଫାଦଫା ପାଇଁ ମସୁଧା
ସାଲେପୁର ,କଟକ ଜିଲ୍ଲା ନେମାଳ ଥାନା ଅଧିନସ୍ଥ ଜଗନ୍ନାଥପୁର ଗ୍ରାମରେ ମଙ୍ଗଳବାର ସକାଳ ୭ଟାରେ ଜଣେ ଦୁଇଟି ସନ୍ତାନର ଜନନୀଙ୍କୁ ସେହି ଗ୍ରାମର ଜନୈକ ଯୁବକ ଅସଦାଚରଣ ଏବଂ ବଳାତ୍କାର ଉଦ୍ୟମ ନେଇ ନେମାଳ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ମହିଳା ଜଣକ ସକାଳ ୯ଟାରୁ ଥାନାରେ ଶୋଇରହିଛନ୍ତି । ପୋଲିସ ପକ୍ଷରୁ ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ ସେ ଥାନା ଛାଡିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । କେରିଲୋ ପଂଚାୟତ ହାଣ୍ଡିଭଙ୍ଗା ଗ୍ରାମର ଜନୈକା ମହିଳା ତାଙ୍କ ପୁଅର ପରୀକ୍ଷା ପାଇଁ ବାପଘର ଜଗନ୍ନାଥପୁର ଗ୍ରାମକୁ ଯାଇଥିଲେ । ସକାଳୁ ଫୁଲ ତୋଳିଲା ସମୟରେ ସେହି ଗ୍ରାମର ଜଣେ ବିବାହିତ ଯୁବକ ବିଜୟ କୁମାରଙ୍କ ଦ୍ୱାରା ମହିଳା ଜଣକ ଅସଦାଚରଣର ଶିକାର ହୋଇଥିଲେ । ପ୍ରଥମେ ଏ ସଂକ୍ରାନ୍ତରେ ମହିଳା ଜଣକ ନରେନ୍ଦ୍ରପୁର ବିଟ୍ ହାଉସରେ ଅଭିଯୋଗ ପାଇଁ ଯାଇଥିଲେ । ସେଠାରେ ଅଭିଯୋଗ ନରଖିବାରୁ ସେ ନେମାଳ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଭାରପ୍ରାପ୍ତ ଥାନା ଅଧିକାରୀ ଗୌରାଙ୍ଗ ବିଶ୍ୱାଳ ଥାନା କେଶ୍ ନଂ ୪୦/୨୦୨୩ରେ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଘଟଣା ଘଟିଥିବାର ୨୪ ଘଣ୍ଟା ବିତିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁୁ ଧରିବାରେ ପୋଲିସ ସଫଳ ହୋଇନଥିବା ଜଣାପଡିଛି ।