ପୁରୀ,ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଉପଭୋକ୍ତା।ତେଣୁ ପ୍ରତ୍ୟେକ ଉପଭୋକ୍ତା ନିଜ ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଉଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମାପ ଓ ଓଜନ ବିଭାଗ ଆନୁକୂଲ୍ୟରେ ଏବଂ ସାମାଜିକ ଅନୁଷ୍ଠାନ ନିହିଡାର ସହଯୋଗ ରେ ସର୍କିଟ ହାଉସ ଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସଚେତନତା ହିଁ ସତର୍କତା ଓ ସୁରକ୍ଷା।ତେଣୁ ସମସ୍ତ ଖାଉଟି ମାନେ ଯେ କୌଣସି ଦ୍ରବ୍ୟ କ୍ରୟ କରିବା ବେଳେ ତାହାର ଗୁଣବତ୍ତା, ଦାମ୍,ଅବଧି,ଓଜନ ଇତ୍ୟାଦି କୁ ସଠିକ ଭାବେ ଅନୁଧ୍ୟାନ କରିବା ଉଚିତ। ଯୋଗାଣ ବିଭାଗ, ମାପ ଓ ଓଜନ ଇତ୍ୟାଦି ବିଭାଗ ମାନେ ନିୟମିତ ଦ୍ରବ୍ୟ ର ମାନ ଓ ଓଜନ ସମ୍ପର୍କରେ ଧରପଗଡ କରିବା ସହ ଖାଉଟି ମାନଙ୍କୁ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମୟରେ ଠକାମୀ କରୁଥିବା ଲୋକ ମାନଙ୍କ ସଂଖ୍ୟା ଓ କୌଶଳ ବୃଦ୍ଧି ପାଉଛି। ତେଣୁ ଆମେ ପ୍ରତ୍ୟେକ ସତର୍କ ରହିବା ସହ ଆଇନ ସହାୟତା ନେଇ ଉପଭୋକ୍ତା ର ସୁରକ୍ଷା କୁ ସୁରକ୍ଷିତ ରଖିବାକୁ ମତ ଦେଇଥିଲେ।ବରିଷ୍ଠ ଆଇନଜୀବୀ ବିଜୟାନନ୍ଦ ମିଶ୍ର ଉପଭୋକ୍ତା ସୁରକ୍ଷା ଆଇନ,ଆଇନ ରେ ସହାୟତା ବ୍ୟବସ୍ଥା ଓ ଖାଉଟି ର ଦାୟିତ୍ୱ ସମ୍ପର୍କରେ ଆହ୍ଵାନ ଦେଇଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ମାପ ଓ ଓଜନ ବିଭାଗର ଉପନିୟନ୍ତ୍ରକ ପ୍ରଗତି ନାୟକ ପ୍ରତ୍ୟେକ ଦିନ ଉପଭୋକ୍ତା ଦିବସ।ତେଣୁ ଉପଭୋକ୍ତା ନିଜ ନିଜ ପରିସରରେ ବ୍ୟାପକ ସଚେତନ ହେବା ସହ ନିଜ ଅଧିକାରର ସୁରକ୍ଷା ପାଇଁ ଆଗଭର ହେବାକୁ ଅନୁରୋଧ କରିଥିଲେ।କୋଣାର୍କ ଏନ ଏ ସି ର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଖାଉଟି କଲ୍ୟାଣ ପାଇଁ ସମସ୍ତ ଙ୍କ ର ଦାୟିତ୍ୱ ରହିଛି ବୋଲି କହିବା ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହିଭଳି ସଚେତନତା କର୍ମଶାଳା ଆୟୋଜନ କରିବାକୁ ଅନୁରୋଧ କରିଥିଲେ।ନିହିଡା ର ସମ୍ପାଦକ ଭକ୍ତ ବିହାରୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ ସହ ଚଳିତ ବର୍ଷ ର ଉପଭୋକ୍ତା ଦିବସର ବିଷୟ ସ୍ୱଛ ଶକ୍ତି ପରିବର୍ତ୍ତନ ବା କ୍ଲିନ ଏନର୍ଜି ଟ୍ରାନଜିସନ ସମ୍ପର୍କରେ ଆଲୋକପାତ କରିଥିଲେ।ସଦର ସିଡିପିଓ ସଂଯୁକ୍ତା କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱଛାସେବୀ ମାନେ ଯୋଗ ଦେଇଥିଲେ।
Related Stories
November 21, 2024
November 21, 2024