ବଲାଙ୍ଗିର ,ଆଜି ବଲାଙ୍ଗିର ଜିଲ୍ଲା ବିଭିନ୍ନ ଅଞ୍ଚଳର ର ୧୭୬ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ୨୦୨୨-୨୩ ଜରିଆରେ ସିରିଡି ଓ ନାସିକ ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟ।ଲୟ ରୁ ବାହାରି ସମ୍ବଲପୁର ଯାଇଛନ୍ତି । ସମ୍ବଲପୁର ରୁ ଆସନ୍ତା କାଲି ସ୍ଵତନ୍ତ୍ର ତୀର୍ଥ ଯାତ୍ରୀ ଟ୍ରେନ ଯୋଗେ ସେମାନେ ସିରିଡି ଓ ନାସିକ ନିମନ୍ତେ ଯାତ୍ରା କରିବେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟ।ଲୟ ଠାରେ ଅନୁଷ୍ଠିତ ଉତ୍ସବରେ ଏହି ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଶୁଭ କାମନା ଜଣାଇବା ସହ ଯାତ୍ରା ର ମଙ୍ଗଳ କାମନା କରିଥିଲେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟ।ଲୟ ଠାରୁ ରାଜ୍ୟ ସଡକ ପରିବହନ ନିଗମ ର ଚାରି ଗୋଟି ସ୍ଵତନ୍ତ୍ର ବସ ଯୋଗେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ସମ୍ବଲପୁର ଯାତ୍ରା କରିଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣା ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ, ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରୀ ବସ ର ଯାତ୍ରା ଶୁଭାରମ୍ଭ କରିଥିଲେ । ଏହି କାର୍ଯକ୍ରମ ରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଲାଇ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ,ରାଜ୍ୟ ହୋଟେଲ ପରିଚାଳନା ଅନୁଷ୍ଠାନ ,ବଲାଙ୍ଗିର ର ଅଧ୍ୟକ୍ଷ୍ୟ ଡ଼ ସୁରେଶ କୁମାର ଏକନାଥ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଠାରୁ ବାହାରିଥିବା ସମସ୍ତ ୧୭୬ ଜଣ ତୀର୍ଥ ଯାତ୍ରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ତୀର୍ଥଯାତ୍ରୀ ଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଆବଶ୍ୟକୀୟ ମେଡ଼ିସିନ କିଟ ପ୍ରଦାନ କରାଯାଇଛି ।ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ଭେଷଜ ବିଶେଷଜ୍ଞ ଡା ଶ୍ରୀନିବାସ ସାହୁ ଓ ଡା ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତୀର୍ଥଯାତ୍ରୀ ମାନଙ୍କ ମଧ୍ୟରେ ୯୮ ଜଣ ପୁରୁଷ ବରିଷ୍ଠ ନାଗରିକ ଓ ୭୮ ଜଣ ମହିଳା ବରିଷ୍ଠ ନାଗରିକ ଅଛନ୍ତି । ବଲାଙ୍ଗିର ଜିଲ୍ଲା ର ତୀର୍ଥ ଯାତ୍ରୀ ଙ୍କ ସହ ପାଞ୍ଚ ଜଣ ଏସ୍କର୍ଟ ଅଫିସର ଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ପଠାଯାଇଛି । ସେମାନେ ହେଲେ ଜିଲ୍ଲା କାର୍ୟାଳୟ ରାଜସ୍ୱ ଉପବିଭାଗ ର ବରିଷ୍ଠ ରାଜସ୍ୱ ସହାୟକ ଦୟାନନ୍ଦ ମହାପାତ୍ର , ଆଗଲପୁର ବ୍ଲକ ର ସେକ୍ସନ ଅଫିସର ସୁବଳ ଖରସେଲ ,ଗୁଡଭେଳା ବ୍ଲକ ର ପ୍ରୋଗେସିଭ ଆସିଷ୍ଟାଣ୍ଟ ଚିତ୍ତରଞ୍ଜନ ସାହୁ ,ବଲାଙ୍ଗିର ବ୍ଲକ ପ୍ରୋଗେସିଭ ଆସିଷ୍ଟାଣ୍ଟ ତରୁଣକାନ୍ତି ପ୍ରଧାନ ଓ ବଲାଙ୍ଗିର ଉପ ଜିଲ୍ଲାପାଳ ଙ୍କ କାର୍ୟାଳୟ ର ସନକ ମିଶ୍ର । ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଆସନ୍ତା କାଲି ସମ୍ବଲପୁର ରୁ ବାହାରି ସିରିଡି ଓ ନାସିକ ତୀର୍ଥ ଯାତ୍ରା ସମାପ୍ତ କରି ୨୧ ତାରିଖରେ ବଲାଙ୍ଗିର ଫେରିବେ । ଏହି ତୀର୍ଥ ଯାତ୍ରା ର ସୁଯୋଗ ପାଇଥିବାରୁ ସମସ୍ତ ତୀର୍ଥ ଯାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।
Related Stories
November 21, 2024
November 21, 2024