କଟକ, କଟକ ଜିଲ୍ଲା କଂଟାପଡ଼ା ବ୍ଲକରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । କଂଟାପଡ଼ା ବ୍ଲକ ଗୁଣାଦୋଳ ଠାକୁର ପୋଖରୀ ସାହିରେ ରାତିରେ କୌଣସି ଅଜଣା ଜନ୍ତୁ ଗୁହାଳରେ ପଶି ୨୯ଟି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ୪ ଦିନ ମଧ୍ୟରେ ଦୁଇ ଜଣଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ଏତେ ସଂଖ୍ୟାରେ ମେଣ୍ଢା ମରିଥିବା କୁହାଯାଉଛି। ଯାହାକୁ ନେଇ ଅଂଚଳ ବାସୀ ଆତଙ୍କିତ ହୋଇପଡିଛନ୍ତି । ଏହି ଜନ୍ତୁ ବିଳମ୍ବିତ ରାତିରେ ଗାଁକୁ ଆସୁଥିବା ଏବଂ ଜନ୍ତୁଟି ଗାଁକୁ ଆସିବା ବେଳେ କୁକୁର ମାନେ ଭୁକୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।
Related Stories
November 21, 2024
November 21, 2024