ଭୁବନେଶ୍ୱର, ଏଚ୍୩ଏନ୍୨ ଭାଇରସ ତିନି ମାସ ହେଲା ଅଛି,ଏହା ଏକ ଋତୁକାଳୀନ ଭାଇରସ୍ । ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ଆଡ଼କୁ ଏହି ୱେଭ ସରିଯିବ । ଅନେକ ଲୋକ ଏଚ୍୩ଏନ୍୨ ଭାଇରସରେ ପୀଡିତ ଅଛନ୍ତି, ଟେଷ୍ଟିଙ୍ଗ କମ୍ ହେଉଥିବାରୁ ସଂଖ୍ୟା ବିଶେଷ ବଢୁନି, ଅଧିକ ଟେଷ୍ଟିଙ୍ଗ ହେଲେ ସଂଖ୍ୟା ବଢିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।
ସେ କହିଛନ୍ତି ଯେ ଯାହାର ଅକ୍ସିଜେନ ସ୍ତର କମ୍ ରହୁଛି, ନିଶ୍ୱାସ ନେବାରେ ସମସ୍ୟା ରହୁଛି କିମ୍ବା ଜ୍ୱର ହେଉଛି ସେମାନେ ଡାକ୍ତରଙ୍କ ପରାମର୍ଶରେ ଆଂଟି ଭାଇରାଲ ମେଡିସିନ ଖାଆନ୍ତୁ । ଅଯଥାରେ ଆଂଟି ବାୟୋଟିକ କି ଷ୍ଟେରୋଏଡ଼ ଖାଆନ୍ତୁ ନାହିଁ । କିଛି ଲୋକଙ୍କ ପାଇଁ ଏହା ଗୁରୁତର ସାବ୍ୟସ୍ତ ହୋଇପାରେ । ଛୋଟ ପିଲା,ବୟସ୍କ ଲୋକ, ଗର୍ଭବତୀ ମହିଳାଙ୍କୁ ଏହି ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି । ଲକ୍ଷଣ ଥିଲେ ମାସ୍କ ପିନ୍ଧନ୍ତୁ । ଯଦି କାଶ, ଜ୍ୱର ରହୁଛି ଓ ଅକ୍ସିଜେନ ସ୍ତର କମ୍ ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।