ନୂଆଦିଲ୍ଲୀ, ଦେଶରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଗୁଡିକର ସଂଖ୍ୟା ଗତ ୮ ବର୍ଷରେ ବଢି ୨୨ ହୋଇ ଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମଣ୍ଡାଭିୟା ଆଜି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଦେଶରେ ଏମ୍ସ ଗୁଡିକର ସଂଖ୍ୟା ୭ରୁ ବଢି ୨୨ ହୋଇଯାଇଛି । ଆଠ ବର୍ଷ ପୂର୍ବେ ଦେଶରେ ୮ଟି ଏମ୍ସ ଥିଲା ।