ଭୁବନେଶ୍ୱର,ଗତ ୩ ବର୍ଷରେ ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ବିଭିନ୍ନ ରାଜ୍ୟ ଯୋଜନାରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ବିଧାନସଭାରେ ସୂଚନା ଦେଇଛନ୍ତି ।
ଆଜି ଗୃହରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ଟି ରାସ୍ତା ନିର୍ମାଣ ହୋଇଛି । ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ ଟି ରାସ୍ତାର ମରାମତି ପାଇଁ ୩୯ .୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟର ଅନ୍ୟ ୬୬୨୪ ଟି ରାସ୍ତା ମରାମତି ପାଇଁ ୧୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
୨୦୨୦ରୁ ୨୦୨୩ ଆର୍ôଥକ ବର୍ଷ ମଧ୍ୟରେ ବର୍ଷରେ ୧୧୮୪ କୋଟି ଟଙ୍କା ବ୍ୟୟରେ ୫୦୩ଟି ବିଜୁ ସେତୁ ନିର୍ମାଣ ହୋଇଛି । ୨୦୨୩-୨୪ ବର୍ଷରେ ୫୨୬ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଛି ।