ଭୁବନେଶ୍ୱର, ରାଜ୍ୟରେ ପୁରୁଣା ରାସ୍ତା ର ମରାମତି ହେଉ ନଥିବା ନେଇ ଗୃହରେ ଶାସକ ଦଳ ବିଧାୟକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ପ୍ରଶ୍ନୋତର କାର୍ଯ୍ୟକ୍ରମ ବେଳେ ଗ୍ରାମ ଉନ୍ନୟନ ବିଭାଗ ସହ ଜଡିତ ଏକ ପ୍ରଶ୍ନର ଉତର ବେଳେ ବିଧାୟକ ଶ୍ରୀ ସାହୁ ଏ ନେଇ ପ୍ରଶ୍ନ କରିଥିଲେ ।
ତେବେ ଏହାର ଉତର ଦେଇ ରାଜ୍ୟର ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ କହିଛନ୍ତି ଯେ ରାସ୍ତାରେ ଖାଲ ଖମା ଯେପରି ନ ରହିବ ସେ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ରାଜ୍ୟର ପ୍ରାୟ ୫୦ ହଜାର କିଲୋମିଟର ରାସ୍ତା ମରାମତି ପାଇଁ ଟାର୍ଗେଟ ରହିଛି ।ଏଥିପାଇଁ ୧୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି ।