-
ଓଡିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରି ଦେବାକୁ ଚାଲିଛି ଚେଷ୍ଟା
ଭୁବନେଶ୍ୱର, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଚଳିତ ମେଟ୍ରିକ ପରୀକ୍ଷାରେ ବିପୁଳ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଅନୁପସ୍ଥିତ ରହିବାକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ସେ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପ୍ରସଙ୍ଗ କହିବା ସହ ଏ ବାବଦରେ ବିଭାଗୀୟ ମନ୍ତ୍ରୀଙ୍କୁ ବିଧାନସଭାରେ ବକ୍ତବ୍ୟ ଦେବାକୁ ନିର୍ଦେଶ ଦେବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ।
ମଙ୍ଗଳବାର ଦିନ ଶୂନ୍ୟକାଳରେ ଶ୍ରୀ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଚଳିତ ମେଟ୍ରିକ ପରୀକ୍ଷାରେ ୧୫ ହଜାର ରୁ ଅଧିକ ପିଲା ଅନୁପସ୍ଥିତ ରହିଲେ । ଡ୍ରପଆଉଟ ଅନୁପାତରେ ରେ ଭାରତ ବର୍ଷରେ ଓଡିଶା ଏକ ନଂ ।
ସେ କହିଛନ୍ତି ଯେ ପରୀକ୍ଷା ବେଳେ ମନ୍ତ୍ରୀ ପରିଦର୍ଶନ ନାଁ ରେ ସ୍କୁଲ ଯାଇ ପିଲାଙ୍କ ସହ ଫଟୋ ଉଠାଉ ଛନ୍ତି । ଏହା ଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ଓଡିଶାର ଶିକ୍ଷା ବ୍ୟବସ୍ଥା କୁ ଧ୍ୱଂସ କରିବାକୁ ବସିଛନ୍ତି । ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ । ଉଦାହରଣ ଦେଇ କହିଲେ ଅନେକ ସ୍କୁଲ ରେ ଶିକ୍ଷକ ନାହାନ୍ତି ।
ସେ କହିଛନ୍ତି ଯେ କିଛି ଦିନ ତଳେ ସେ ଏକ ଅପଗ୍ରେଡେଡ ଏମଇ ସ୍କୁଲକୁ ଉଦଘାଟନ ପାଇଁ ଯାଇଥିଲେ । ସେଠାରେ ପଢୁଥିବା ଷଷ୍ଠ ଶ୍ରେଣୀର ପିଲା ମାନେ ଲା ଅ ଠୁ କ୍ଷ ପର୍ଯ୍ୟନ୍ତ କହି ପାରୁନାହାନ୍ତି । ଏହା କଣ ସରକାରଙ୍କ ୫ଟି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ରାଜ୍ୟର ଡ୍ରପଆଉଟ ହାର ଉଦବେଗଜନକ । ଶିକ୍ଷା ବ୍ୟବସ୍ଥା ଥରୁଛି ।