ଭୁବନେଶ୍ୱର,ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ରାଜ୍ୟର ସ୍କୁଲ ମାନଙ୍କରେ ଶିକ୍ଷକ ଅଭାବ ଓ ପାଠପଢାର ସ୍ତର ନିମ୍ନମାନର ହେଉଥିବା କଥା ଉଲ୍ଲେଖ କରି ଏହା କଣ ଫାଇଭ ଟି ବୋଲି ପ୍ରଶ୍ନ କରିବା ପରେ ବିଜେଡି ବିଧାୟକ ଅରୁଣ ସାହୁ ଏହାର ଉତର ଦେଇଛନ୍ତି ।
ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଫାଇଭ ଟି ହେଉଛି ଏକ ପ୍ରଗତିଶୀଳ ବିଚାର । ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉ ଛନ୍ତି ଯାହା କି ହାସ୍ୟାସ୍ପଦ । ଫାଇଭ ଟି କଣ ତାହା ବୁଝି ଛନ୍ତି ବିରୋଧୀ ଦଳ ନେତା । କିନ୍ତୁ ବୁଝି ଅବୁଝା ହେଉଛନ୍ତି । ସେ ବୁଝିବା ପରି ଲାଗୁଛି । ଯଦି ଓଡ଼ିଶାର କୌଣସି ଗାଁ କୁ ଯିବେ ଯେଉଁ ଠି ପ୍ରଗତି ର ଲକ୍ଷଣ ଦେଖିବେ ସେଇଟା ହିଁ ଫାଇଭ ଟି । ବିଜେପି ଶାସିତ ରାଜ୍ୟର ଲୋକ ବି ଆସିକି ଫାଇଭ ଟି କୁ ଅନୁକରଣ କରୁଛନ୍ତି । ତାଙ୍କୁ ଫାଇଭ ଟି ଭୂତ ଲାଗିଛି । ଫାଇଭ ଟି ହେଉଛି ଏକ ଚିନ୍ତା ଧାରା ଏକ ବିଚାର ଧାରା ।ସବୁଠି ଫାଇଭ ଟି ଜରିଆରେ ସ୍କୁଲ ର ରୂପାନ୍ତରିତ ହେଉଛି । ସବୁ ନିର୍ବାଚନ ମଣ୍ଡଳୀ ରେ ହେଉଛି ବୋଲି ସେ କହିଛନ୍ତି ।