ଭୁବନେଶ୍ୱର, ମଙ୍ଗଳବାର ଦିନ ଶୂନ୍ୟକାଳରେ ରକ୍ତ ସଂଗ୍ରହକାରୀ କର୍ମଚାରୀଙ୍କ (ଟେକନିସିଆନ)ଙ୍କ ପ୍ରସଙ୍ଗ ଉଠିଛି । ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ସେମାନଙ୍କର ସମସ୍ୟା କଥା ଉଠାଇ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ଗତ ୨୨ ତାରିଖରେ ରେଡକ୍ରସ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ରକ୍ତ ସଂଗ୍ରହକାରୀଙ୍କୁ ସର୍ବନିମ୍ନ ମଜୁରୀ ଦିଆଯିବ । । କିନ୍ତୁ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଏବଂ ସର୍ବନିମ୍ନ ପ୍ରାପ୍ୟ ଦିଆଯାଉ । ଏହି ପ୍ରସଙ୍ଗ ଉଠାଇବାବେଳେ ରକ୍ତ ସଂଗ୍ରହକାରୀଙ୍କୁ କିଭଳି ରଖିଛନ୍ତି ରାଜ୍ୟ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁ ପର୍ବ ପର୍ବାଣୀରେ ଯେଉଁମାନେ ଛୁଞ୍ଚି ଫୋଡି ରକ୍ତ ସଂଗ୍ରହ କରୁଛନ୍ତି ତାଙ୍କ କଥା କେହି ବୁଝୁ ନାହାନ୍ତି ବୋଲି ସେ କହିଛନ୍ତି ।