
ରୋଟାରୀ କ୍ଲବ ଅଫ୍ ପୁରୀ ସାଗର ପକ୍ଷରୁ ସ୍ଥାନୀୟ ପୁରୀ କ୍ଲବ ପରିସରରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ରୋଟାରିଆନ୍ ଧବଳେଶ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରକୁ ସମ୍ପାଦକ ପ୍ରମୋଦ ସ୍ବାଇଁ, ଚାର୍ଟର ସଭାପତି ଅଶୋକ ପାତ୍ର, ପୂର୍ବତନ ସଭାପତି ଯୁଧିଷ୍ଠିର ଲେଙ୍କା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ଏହି ଅବସରରେ ଏଠାରେ ପ୍ରାୟ ଶତାଧିକ ରୋଗୀ ପହଞ୍ଚି ସେମାନଙ୍କର ରକ୍ତଚାପ, ମଧୁମେହ, ଇସିଜି ଆଦି ପରୀକ୍ଷା କରାଇଥିଲେ। ଏଠାରେ ରୋଗ ନିରୁପଣ କରିବା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ପରାମର୍ଶ ନେଇଥିଲେ। ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲର ବରିଷ୍ଠ ଡାକ୍ତର ସମ୍ବିତ କୁମାର ଦାସ, ସିଏସ୍ଆର୍ ଅଧିକାରୀ ସୁଶାନ୍ତ ମହାନ୍ତି, ଷ୍ଟାଫ୍ନର୍ସ ପୂଜା ପରିଡ଼ା, ହରିଶ ପରିଡ଼ା ଏବଂ ସିଦ୍ଧାର୍ଥ ମଲ୍ଲିକ ପ୍ରମୁଖ ଯୋଗଦେଇ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ।