-
ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରନ୍ତୁ
ଭୁବନେଶ୍ୱର, ଏଚ୩ଏନ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ସବୁ ଜିଲ୍ଲାର ସିଡିଏମଓ଼ , କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଛି ଜନସ୍ୱାସ୍ଥ୍ୟ ବିଭାଗ । ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ବି ଦିଆଯାଇଛି ।ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନେବାକୁ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଜ୍ୱର, କାଶ କିଛି ଦିନ ରହିବ, ଆପେ ଭଲ ହୋଇପାରେ । ଗୁରୁତର ହୋଇ ନିମୋନିଆରେ ପୀଡ଼ିତ ହେଲେ କିଡନି, ହାର୍ଟ ଓ ଶ୍ୱାସ ରୋଗୀ ସଂକ୍ରମିତ ହେବାର ଆଶଙ୍କା ରହିଛି । ଲକ୍ଷଣ ଥିଲେ ଆଇସୋଲେଟ କରନ୍ତୁ, ମାସ୍କ ପିନ୍ଧନ୍ତୁ ଓ ହାତ ଧୁଅନ୍ତୁ । ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ଆଡମିଟ ହୁଅନ୍ତୁ ।