ଭୁବନେଶ୍ୱର, 5 ଟିକୁ ନେଇ ଆଜି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ଏହା କଣ ଏକ ବିଭାଗ କି । ଯଦି ଏହା ଏକ ବିଭାଗ ତେବେ ବିଧାନସଭାରେ ଏ ସମ୍ପର୍କରେ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।
ପ୍ରଶ୍ନକାଳ ସମାପ୍ତ ହେବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି ।
ସେ ବାଚସ୍ପତିଙ୍କ ଜରିଆରେ ପ୍ରଶ୍ନ କରିଛନ୍ତି ଯେ 5ଟି କଣ ଏକ ବିଭାଗ କି ? ଯଦି ଏକ ବିଭାଗ ଅଫିସ୍ କେଉଁଠି । ରାଜୀବ ଭବନ, ଲୋକସେବା ଭବନ ନା ଖାରବେଳ ଭବନରେ ଅଫିସ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଏହା ଏକ ବିଭାଗ ତେବେ ଅନ୍ୟ କର୍ମଚାରୀ କିଏ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ବିଭାଗକୁ ସୁରୁଖୁରରେ ଚଳାଇବାକୁ ତଦାରଖ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଅଛନ୍ତି । । ଅନ୍ୟ ବିଭାଗର କ୍ଷମତା ସଂକୁଚିତ ପାଇଁ ବିଭାଗ କରାଯାଇଛି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ‘ଯଦି ଏହା ଏକ ବିଭାଗ ବିଧାନସଭାରେ କାହିଁକି ପ୍ରଶ୍ନୋତ୍ତର ହେଉନି’ । ଯଦି ଏହା ବିଭାଗ ଆମେ ବିଧାନସଭାରେ ପ୍ରଶ୍ନ କରିବାକୁ ଚାହୁଁଛୁ । ଏନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି ।