-
ବର୍ତ୍ତମାନ ୭ ହଜାର ୧୮୦ ଡାକ୍ତର ଅଛନ୍ତି
ଭୁବନେଶ୍ୱର, ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଥିବା ବେଳେ ବର୍ତ୍ତମାନ ୭ ହଜାର ୧୮୦ ଡାକ୍ତର ଅଛନ୍ତି । ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏକ ପ୍ରଶ୍ନର ଉତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୁଜାରୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ ଡାକ୍ତର ଅଛନ୍ତି।
ସେହିପରି ଭଦ୍ରକରେ ମୋଟ ୨୬୫ ଡାକ୍ତର ପଦବୀ ମଧ୍ୟରୁ ୧୧୬ ଜଣ ଡାକ୍ତର ଅଛନ୍ତି । ଖାଲି ଥିବା ପଦବୀରେ ଓପିଏସସି ଦ୍ଵାରା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି ।