ଭୁବନେଶ୍ୱର – ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଇବାକୁ ମଧ୍ୟ ଦାବିରେ ଦର୍ଶାଯାଇଛି । ଏଥିପ୍ରତି ରାଷ୍ଟ୍ରପତି ବିଚାରକୁ ନେବେ ବୋଲି ତାଙ୍କର ବିଶ୍ୱାସ ରହିଛି । ଓଡ଼ିଆ ଜାତି ସ୍ୱାଭିମାନୀ ଓ ବୀର ଜାତି । ବୀର ପାଇକ ମାନଙ୍କର ସାହସ ଓ ଯୁଦ୍ଧ କୌଶଳ ଯୋଗୁଁ ଓଡ଼ିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା । ସମ୍ରାଟ୍ କପିଳେନ୍ଦ୍ର ଦେବଙ୍କର ପରାକ୍ରମ ଓଡ଼ିଆ ଜାତିର ଗୌରବ । ୧୮୧୭ରେ ବି୍ରଟିଶ ବିରୁଦ୍ଧରେ ପାଇକ ମାନେ ହିଁ ଆରମ୍ଭ କରିଥିଲେ ଦେଶର ପ୍ରଥମ ସଂଗ୍ରାମ (ପାଇକ ବିଦ୍ରୋହ) ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Related Stories
October 25, 2024