ଭୁବନେଶ୍ୱର, ସମ୍ବଲପୁରକୁ କମିଶନରରେଟ ପୋଲିସ ର ମାନ୍ୟତା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ରେଙ୍ଗାଲି ବିଧାୟକ ନାଉରୀ ନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ପୋଲିସ ଥାନା ସମ୍ପର୍କିତ ପ୍ରଣବ ବଳବନ୍ତରାୟଙ୍କ ଏକ ପ୍ରଶ୍ନ ଉପରେ ଆଲୋଚନା ବେଳେ ଶ୍ରୀ ନାଏକ କହିଥିଲେ ଯେ ବିଧାନସଭାରେ ସମ୍ବଲପୁର କୁ କମିଶନରରେଟ ପୋଲିସ ର ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତାହା କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କେବେ ସୁଦ୍ଧା ସମ୍ବଲପୁର କୁ କମିଶନରେଟ ଘୋଷଣା କରାଯିବ । ଗୃହ ରାଷ୍ଟ୍ର ମନ୍ତ୍ରୀ ଉତ୍ତର ରେ କହିଛନ୍ତି ସମ୍ବଲପୁର କୁ କମିଶନରରେଟ ଦେବାକୁ ଯଦି ଘୋଷଣା ହୋଇଥିଲା ତେବେ ମୁଁ ତାକୁ ଆଉଥରେ ଅନୁଧ୍ୟାନ କରିବି ।