ମାଲକାନଗିରି, ମାଲକାନଗିରି ଜିଲ୍ଲା ଓକିଲ ସଂଘର ୫ଟି ପଦ ନିର୍ବାଚନ ପାଇଁ ୧୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୫ଟି ଯାକ ପଦବୀରେ ଜଣେ ଲେଖା ପ୍ରାର୍ଥୀ ଥିବାରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଆଜି ଓକିଲ ସଂଘର ନିର୍ବାଚନ ଅଧିକାରୀ ବିଜୟ କୁମାର ମହାନ୍ତି ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ସଭାପତି, ଉପସଭାପତି, ସଂପାଦକ, କୋଷାଧ୍ୟକ୍ଷ, ସହସଂପାଦକ ପଦବୀ ପାଇଁ ମୋଟ ୧୨ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ସଭାପତି ପଦବୀ ପାଇଁ ସେକ ହନିପ, ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରଭାକର ପ୍ରଧାନ, ଲମ୍ବୋଧର ତୁରୁକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସଂପାଦକ ପଦବୀ ପାଇଁ ବିଜୁ ସରକାର, ନୃସିଂହ ଚରଣ ମହାନ୍ତି, ତାପସ ନାଥ, ପ୍ରକାଶ ଚନ୍ଦ୍ର ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉପସଭାପତି ପଦବୀ ପାଇଁ ଜୋସେଫ ଜେମସ, ଶ୍ୟାମଳକାନ୍ତି ବଛାର ଓ ସହସଂପାଦକ ପଦ ପାଇଁ ଭବତୋଷ ବିଶ୍ବାସ ଏବଂ କୋଷାଧ୍ୟକ୍ଷ ପଦବୀ ପାଇଁ ବିଭୁ ଆସିଦାନ ସଗରିଆ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ଦାଖଲ କରିଥିବା ପ୍ରାର୍ଥୀ ସେକ ହନୀପ, ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରଭାକର ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବାରୁ ଲମ୍ବୋଧର ତୁରୁକ ଜଣେ ମାତ୍ର ରହିଛନ୍ତି। ସମ୍ପାଦକ ପଦବୀରୁ ବିଜୁ ସରକାର, ପ୍ରକାଶ ମହାନ୍ତି, ତାପସ ନାଥ ପ୍ରାର୍ଥୀପତ୍ର ପ୍ରତ୍ୟାହର କରି ନେଇଛନ୍ତି। ନୃସିଂହ ଚରଣ ମହାନ୍ତିଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଉପସଭାପତି ପଦବୀରୁ ଶ୍ୟାମଳକାନ୍ତି ବଛାର ପ୍ରାର୍ଥୀପତ୍ର ପ୍ରତ୍ୟାହର କରିଥିବା ବେଳେ ଜୋସେଫ ଜେମସଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସହ ସମ୍ପାଦକ ଭଵତୋଷ ବିଶ୍ଵାସ, କୋଷାଧ୍ୟକ୍ଷ ଭାବେ ବିଭୁ ଆସିଦାନ ସଗରିୟା ଜଣେ ଲେଖା ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜିଲ୍ଲା ଓକିଲ ସଂଘର ନୂତନ ସଭାପତି ଭାବେ ଲମ୍ବୋଦର ତୁରୁକୁ, ଉପସଭାପତି ଭାବେ ଜୋସେଫ ଜେମସ, ସମ୍ପାଦକ ଭାବେ ନୃସିଂହ ଚରଣ ମହାନ୍ତି, ସହ ସମ୍ପାଦକ ଭାବେ ଭବତୋଷ ବିଶ୍ଵାସ, କୋଷାଧ୍ୟକ୍ଷ ଭାବେ ବିଭୁ ଆସିଦାନ ଶଗରିୟା ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାର ଜଣାପଡ଼ିଛି।