-
ପ୍ରଯୁକ୍ତି ବିଦ୍ୟା ସ୍ବାକ୍ଷରତା ଓ ଲିଙ୍ଗଗତ ସମାନତା ପାଇଁ ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା ର ବାର୍ତ୍ତା ,
ପୁରୀ ୟୁଥ ହଷ୍ଟେଲ ପରିସରରେ କମ୍ୟୁନିଟି ଆକ୍ସନ କୋଲାବ ଓ ଭୃତି, ବାଙ୍ଗାଲୋରଙ୍କ ମିଳିତ ସହଯୋଗ ରେ ଗୋପବନ୍ଧୁ ସେବା ପରିଷଦ ତରଫରୁ ଆନ୍ତର୍ଜାତିୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ର ପରମର୍ଶଦାତା କେ.ରେଡିଶ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ସଞ୍ଜୁକ୍ତା କାନୁନଗୋ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ, ଉପଖଣ୍ଡ ଜିଲ୍ଲା ଲୋକସମ୍ପର୍କ ସୂଚନା ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ସେଠି, ମିଶନ ଶକ୍ତି ବ୍ଲକ ସଂଯୋଜିକା ଶ୍ରୀମତୀ ଦେବସ୍ମିତା ମହାପାତ୍ର, ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ପରିଚାଳକ ପ୍ରତିନିଧି ଶ୍ରୀଯୁକ୍ତ ନୀଳମ୍ବର ମହନ୍ତ, କମ୍ୟୁନିଟି ଆକ୍ସନ କୋଲାବର୍ ପ୍ରତିନିଧି ଶ୍ରୀଯୁକ୍ତ ସମ୍ବିତ କୁମାର ନନ୍ଦ, ବିଶିଷ୍ଟ ସମାଜସେବୀ ଅର୍ଣ୍ଣପୂଷ୍ଠା ଦେବୀ ପ୍ରମୁଖ ଯୋଗଦାନ କରି ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ର ବିଷୟବସ୍ତୁ ପ୍ରଯୁକ୍ତି ବିଦ୍ୟା ସ୍ଵାକ୍ଷରତା: ଲିଙ୍ଗଗତ ସମାନତା ପାଇଁ ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ ନିଜର ମନ୍ତବ୍ୟ ଦେବା ସହ ମହିଳା ସଶକ୍ତିକରଣ ର ପ୍ରଗତି ପଥ ରେ ଆଗେଇ ଚାଲିବା ପାଇଁ ଉପଦେଶ ଦେଇଥିଲେ | ମହିଳା ଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟ ରେ ମଧ୍ୟ ଆଲୋଚନା କରାଯାଇଥିଲା |
କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅନୁଷ୍ଠାନ ର କର୍ମୀ ସୁଶ୍ରୀ ଶୁଭସ୍ମିତା ପରିଜା ଓ ବିସ୍ମୟ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୋପବନ୍ଧୁ ସେବା ପରିଷଦ ର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହାରଣା କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ | ଅନୁଷ୍ଠାନ ର ଜିଲ୍ଲା ସଯୋଜିକା ଏଲିନା ମିଶ୍ର ଅନୁଷ୍ଠାନ ଦ୍ବାରା ପେଣ୍ଠକଟା ଅଧିବାସୀ ଙ୍କ ପାଇଁ ଅନୁଷ୍ଠାନ ତରଫରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ର ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ପେଣ୍ଠକଟା ମତ୍ସ୍ୟଜୀବୀ ସମ୍ପ୍ରଦାୟର ମହିଳା ମାନେ ସେମାନଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଜୀବନ ଜୀବିକା କୁ କିପରି ସୁଦୃଢ କରିପାରିବେ ସେ ସମନ୍ଧରେ ଉପସ୍ଥିତ ବକ୍ତା ତଥା ସରକାରୀ କର୍ମକର୍ତ୍ତାମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ପଦାଧିକାରୀ ମାନଙ୍କ ଦ୍ବାରା ପେଣ୍ଠକଟା ସମୁଦାୟ ରୁ ୮ ଟି ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ସମ୍ମାନିତ କରାଯିବ ସହ, ସାଥି ରୂପେ ନିୟୋଜିତ ହୋଇଥିବା ସ୍ଥାନୀୟ ମହିଳା ପିରାଦି ଜଗମଣି ନିଜର ଅଭିଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ଗୋପବନ୍ଧୁ ସେବା ପରିଷଦ ର କର୍ମକର୍ତ୍ତା ସବିତା ରଥ, ଭାଗିରଥି ଖଟୋଇ, କୃପା ରାଓ,ନିବେଦିତ ସ୍ବାଇଁ, ପ୍ରିୟଦର୍ଶୀ ଦାସ ପରିଚାଳନା କରିଥିଲେ।