ପାନିପତ, ହରିୟାଣାର ପାନିପତ ଜିଲ୍ଲାର ସମାଲଖାର ପଟ୍ଟିକଲ୍ୟାଣ ସ୍ଥିତ ସେବା ସାଧନା ଏବଂ ଗ୍ରାମ ବିକାଶ କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଅଖିଳ ଭାରତୀୟ ପ୍ରତିନିଧି ସଭାର ତିନି ଦିବସୀୟ ବୈଠକ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ବୈଠକ ପରିସରରେ ଶନିବାର ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଯୋଶୀ ଉପାକ୍ଷ ଭେୟାଜୀ ଯୋଶୀ ଐତିହାସିକ ଏବଂ ଧାର୍ମିକ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ ।
ଭେୟାଜୀ ଯୋଶୀ କହିଥିଲେ ଯେ, ଏହି ପ୍ରଦର୍ଶନୀ ଐତିହାସିକ ଦସ୍ତାବିଜ୍ କୁ ଧାରଣ କରିଛି । ଯାହା ଆଗାମୀ ପିଢ଼ି ପାଇଁ ପ୍ରେରଣା ହେବ । ଏହି ପ୍ରଦର୍ଶନୀ ଆମର ଆଗାମୀ ଯୁବ ପିଢ଼ିକୁ ନିଜର ଐତିହାସିକ, ଧାର୍ମିକ ସ୍ଥଳ ଏବଂ ଇତିହାସ ବିଷୟରେ ସୂଚନା ଦେବା ସହ ଜୀବନ ନିର୍ମାଣରେ ସହାୟକ ହେବ ।