ଭୁବନେଶ୍ୱର, ଆଇୟୁପିଏସି ପୁରସ୍କାର ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ମନୋନୀତ ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ୨୦୨୩ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଅଭିନନ୍ଦନ ।
ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଓ କୃତିତ୍ୱ ପାଇଁ ସେ ଏହି ପୁରସ୍କାର ପାଇଁ ମନୋନୀତ ହେବା ଆମ ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ । ତାଙ୍କର ଏହି ସମ୍ମାନ ଯୁବ ବୈଜ୍ଞାନିକଙ୍କୁ ପ୍ରେରିତ କରିବ ।