
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜରିପଡ଼ାରେ ୨୭.୭ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ୨୦.୦ ମି.ମି., କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ୧୯.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଡ଼ାବୁଗାଁରେ ୧୮.୦ ମି.ମି., ନବରଙ୍ଗପୁର ଜିଲ୍ଲାର ରାଇଘରରେ ୧୬.୦ ମି.ମି., ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ୯.୫ ମି.ମି., କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୮.୦ ମି.ମି., କନ୍ଧମାଳ ଜିଲ୍ଲାର ଚକାପାଦରେ ୭.୯ ମି.ମି., କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ୪.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।