ମାଲକାନଗିରି, ଜିଲ୍ଲା ଶିଳ୍ପ କେନ୍ଦ୍ର ମାଲକାନଗିରି ଏବଂ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ବିଭାଗ ସହାୟତାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ଚାଲିଥିବା ଉଦ୍ଦ୍ୟୋଗୀ ସପ୍ତାହ ୨୦୨୩ ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ସାଧାରଣ ପରିଚାଳକ ତରୁଣକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମାଥିଲି ତହସିଲଦାର ଚନ୍ଦନ ଭୋଇ ଯୋଗଦାନ କରି ମୁଖ୍ୟ ଉଦ୍ଦ୍ୟୋଗୀଙ୍କ ଉପରେ ପୁନ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏହି ଅବସରରେ ଆଦର୍ଶ ମହାବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ମହା ବିଦ୍ୟାଳୟର ପଚାଶରୁ ଉର୍ଦ୍ଧ ଯୁବ ଉଦ୍ଯୋଗୀ କର୍ମଶାଳା ଏବଂ ସନ୍ଦର୍ଭ ପାଠରେ ଭାଗ ନେଇଥିଲେ। ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ବାଇଁ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ବିକାଶର ନିୟମାବଳୀ ୨୦୨୨ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଠ କରି ମାଲକାନଗିରି ଜିଲ୍ଲାକୁ ଏକ ଶିଳ୍ପ ପୂର୍ଣ୍ଣ ଜିଲ୍ଲାରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ ସ୍ଵୟଂ ସହାୟକ ଗୋଷ୍ଠୀ ବିଷୟରେ, ଅକ୍ଷୟ କୁମାର ଖେମୁଣ୍ଡୁ ଉପ ଜିଲ୍ଲାପାଳ ସଫଳ ଉଦ୍ଦ୍ୟୋଗୀ ବିଷୟରେ, ସାଗରିକା ସାହୁ ଡେପୁଟି କଲେକ୍ଟର ନାରୀ ଉଦ୍ଦ୍ୟୋଗୀ ବିଷୟରେ ଏବଂ ବାଲାଜୀ ପଟ୍ଟନାୟକ ଏପିଡି ଋଣ ଜୀବନ ଜୀବିକା ବିଷୟରେ ଆଲୋକପାତ କରିଥିଲେ। ଉଦ୍ଦ୍ୟୋଗୀ ସପ୍ତାହ ଅବସରରେ ଲାଗିଥିବା ୧୫ଟି ଷ୍ଟଲ୍ ରେ ବିକ୍ରୟ ସହିତ ପ୍ରଦର୍ଶନୀ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଶ୍ରୀ ଦଣ୍ଡପାଟ ଆଇପିଇଓ, ରବୀନ୍ଦ୍ର ନାଥ କୁଣ୍ଡୁ, ବିମଳ କାଣ୍ଡୁଲାନା ପ୍ରମୁଖ ସହଯୋଗ କରିଥିଲେ।