ନୂଆଦିଲ୍ଲୀ – ରାଜଧାନୀ ଦିଲ୍ଲୀର ରାନୀ ଝାନସୀ ରୋଡ଼ ସ୍ଥିତ ଅନାଜମଣ୍ଡି ଅଂଚଳରେ ରବିବାର ଭୋର୍ ପ୍ରାୟ ୫ଟା ସମୟରେ ଏକ ତିନି ମହଲା ବିଶିଷ୍ଟ କୋଠାରେ ଭୀଷଣ ଅଗ୍ନିକାଣ୍ଡ ଫଳରେ ୪୩ ଜଣଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣାରେ ଆହତ ପ୍ରାୟ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆହତ ୧୪ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ନିଆଁ ଲିଭା କାର୍ଯ୍ୟରେ ୩୦ରୁ ଅଧିକ ଦମକଳ ଗାଡି ନିୟୋଜିତ ଥିଲା । ମଧ୍ୟାହ୍ନ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲେ ସୁଦ୍ଧା ନିଆଁ ଲାଗିବାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଦିଲ୍ଲୀ ସରକାର ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ପାଇଁ ସେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
Related Stories
October 25, 2024