
ବଲାଣି, କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ଘଟିଯାଇଛି ଅଘଟଣ। ତୃତୀୟ ମହଲା ଛାତରୁ ଖସି ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ବଡ଼ବିଲ ପୌରପାଳିକାର ୪ ନମ୍ବର ୱାର୍ଡ ଶ୍ରୀରାମ ନଗରରେ ଘଟିଛି ଏହି ଅଘଟଣ । ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପାଖାପାଖି ପାଞ୍ଚଟା ସମୟରେ ଘଟିଛି ଏହି ଅଘଟଣ । ମୃତ ଛାତ୍ରୀ ହେଲେ ବଡ଼ବିଲ ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୪ ଶ୍ରୀରାମ ନଗରରେ ଥିବା ସଂଜୀବ କୁମାର ମିଶ୍ରଙ୍କ ଘରେ ଭଡାରେ ରହୁଥିବା ଏକ ଘରୋଇ କମ୍ପାନୀର ବରିଷ୍ଠ ଅଧିକାରୀ ସବଲ୍ ଝାଙ୍କ ବଡ଼ ଝିଅ ରୁଚି ଝା । ତୃତୀୟ ମହଲା ଛାତ ଉପରୁ ତଳକୁ ଖସିବା ପରେ ଘର ଲୋକେ ଓ ପଡୋଶୀ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନଥିବାରୁ ମୃତଦେହ ଯୋଡା ସ୍ଥିତ ଟିସ୍କୋ ମେଡ଼ିକାଲ ସ୍ଥିତ ଶବ ଗୃହରେ ରଖାଯାଇଥିଲା। ତେବେ ଶନିବାର ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।