ଭୁବନେଶ୍ୱର, ଏଚ୍୩ଏନ୍୨ ସଂକ୍ରମଣ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁକୁ ଚିଠି ଲେଖିଛି କେନ୍ଦ୍ର । ଇନଫ୍ଲୁଏଞ୍ଜା ପରି ଅସୁସ୍ଥତା ଓ ଗୁରୁତର ଶ୍ୱାସଜନିତ ସମସ୍ୟା ପ୍ରତି ସତର୍କ ରହିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଚିଠିରେ ପରାମର୍ଶ ଦିଆଯାଇଛି । ଏହାସହ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ । ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ
ଦେଇଛି କେନ୍ଦ୍ର । ହସ୍ପିଟାଲରେ ଇେଂଜକସନ୍ ସହ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ କେନ୍ଦ୍ର କହିଛି ।
ଆଜି ଅନୁଷ୍ଠିତ ଏଚ୍୩ଏନ୍୨ ଭୂତାଣୁ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଗୋଷ୍ଠୀ ସଚେତନତା, ନିଶ୍ୱାସପ୍ରଶ୍ୱାସଜନିତ ସ୍ୱଚ୍ଛତା ରକ୍ଷାକୁ ଫୋକସ ଦିଆଯାଇଛି । ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି । ଛିଙ୍କ ବେଳେ ରୁମାଲ ବା ଟିସ୍ୟୁ ପେପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ରୋଗୀଙ୍କ ସହ ବିଶେଷ ମିଳାମିଶା ନ କରିବାକୁ ଗାଇଡଲାଇନରେ କୁହାଯାଇଛି ଦେଶରେ ବର୍ତମାନ ସୁଦ୍ଧା ଏହି ସଂକ୍ରମଣ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି ।