-
ଚମ୍ପୁଆରେ ୩.୦, ବହଳଦାରେ ୨.୬ ଏବଂ ଜାମଦାରେ ୨.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ପଶ୍ଚିମା ଝଡ଼ ପ୍ରଭାବରେ ଆଜି ଉପକୂଳ ସମେତ ପାର୍ଶ୍ଵବର୍ତୀ ଅଂଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିଛି । ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ କେନ୍ଦୁଝରର ଚମ୍ପୁଆରେ ୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୨.୬ ମି.ମି. ଏବଂ ଜାମଦାରେ ୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।