-
୨୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିୟନ୍ତ୍ରଣକୁ ଆସିଲା ,
-
ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ଅନୁମତି କୁ ନେଇ ହେବ ତଦନ୍ତ,
-
ପାରିପାର୍ଶ୍ବିକ ସ୍ଥିତି ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ -ଅଗ୍ନିଶମ ଡିଜି,
-
ଧନ ଜୀବନକୁ ଗୁରୁତ୍ବ ଦିଆଯାଉଛି-ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି,
ପୁରୀ ବଡ଼ଦାଣ୍ଡ ମରିଚିକୋଟ ସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିଲା ନିଆଁ।ଲାଗିଥିବା ନିଆଁ କୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ୨ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା ।ଦୀର୍ଘ ୨୨ ଘଣ୍ଟା ଧରି ଅହରହ ଚେଷ୍ଟା ପରେ ୧୬0 ଜଣ କର୍ମଚାରୀଙ୍କ ଏବଂ ୧୨ ଦମକଳ ସହାୟତାରେ ନିଆଁକୁ ଆୟତ୍ତ କରାଯାଇ ଥିଲା ।ଦୀର୍ଘ ୨୨ ଘଣ୍ଟା ଧରି ବଡ଼ଦାଣ୍ଡ ଧୁଆଁ ମୟ ଥିଲା ।ଏପରିକି ବଡ଼ଦାଣ୍ଡ ରୁ ଶ୍ରୀମନ୍ଦିର ଦୃଶ୍ୟମାନ ହେଉନଥିଲା ଘଟଣା ରୁ ପ୍ରକାଶ ଗତକାଲି ହୋଲି ଉତ୍ସବ ପାଇଁ ସକାଳେ ବଜାର ବନ୍ଦ ରହିଥିଲା ।ସନ୍ଧ୍ୟାରେ ଦୋକାନୀ ମାନେ ଦୋକାନୀ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ । ଦୋକାନୀ ଙ୍କ କହିବାନୁଯାୟୀ ହଠାତ ରାତି ୮ଘଣ୍ଟା ସମୟରେ ତଳ ମହଲାରେ ଥିବା ଅମ୍ବିକା ଡ୍ରେସ ଦୋକନ ରୁ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା । ଯାହାକି ଏକମିନିଟ ମଧ୍ୟରେ ସାରା ମାର୍କେଟ କମ୍ପ୍ଲେକ୍ସ କୁ ବ୍ୟାପି ଯାଇଥିଲା।ଦୋକାନୀ ମାନେ ଦୋକନ ବନ୍ଦ କରି ଚାଲି ଆସିଥିଲେ ।ଏହାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଉପର ମହଲାରେ ଥିବା ଏକ ଲଜିଁ ରେ ୧୦୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅନ୍ଧକାର ଓ ସଂକୀର୍ଣ୍ଣ ରାସ୍ତା ଯୋଗୁ ସେମାନେ ବିଫଳ ହୋଇଥିଲେ |ଏପରିକି ଭିତରକୁ ଯିବାକୁ କିଛି କର୍ମଚାରୀ ଚେଷ୍ଟା କରି ଧୁଆଁ ଓ ପ୍ରବଳ ଉତ୍ତାପ ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ । ଭୁବନେଶ୍ୱରରୁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ପହଞ୍ଚିଥିବା ଦଳ ନିଆଁ କୁ ନିୟନ୍ତ୍ରଣ ପାଇଁ ବହୁତ ଚେଷ୍ଟା ଚଳାଇଥିଲେ |ଏଥିରେ ଦୁଇକୋଟି ରୁ ଉର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି |
ଓଡ୍ରାଫ୍ଟ ଦଳ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚି ସେମାନେ ଙ୍କୁ ସାହାଯ୍ୟ କରିଥିଲେ ।ପୁରୀ ଅଗ୍ନିକାଣ୍ଡ ସ୍ଥଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ପହଞ୍ଚିଥିଲେ |
ସ୍ଥିତି ପରୀକ୍ଷଣ ପରେ ମନ୍ତ୍ରୀ ଓ ଅଗ୍ନିଶମ ଡିଜିଙ୍କ ପ୍ରତିକ୍ରିୟା ଦେଇଛନ୍ତି ଯେ ପାରିପାର୍ଶ୍ବିକ ସ୍ଥିତି ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା |କୌଣସି ପଟୁ ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା ନଥିଲା |ଖୁସିର କଥା ହେଉଛି କେହି ଆହତ ହୋଇ ନାହାନ୍ତି ବୋଲି ଅଗ୍ନିଶମ ଡିଜି କହିଛନ୍ତି |ମନ୍ତ୍ରୀ ତୁଷାରକାନ୍ତି କହିଛନ୍ତି ଧନ ଜୀବନକୁ ଗୁରୁତ୍ବ ଦିଆଯାଉଛି |କ୍ଷତିଗ୍ରସ୍ତ ୪୩ଟି ଦୋକାନ କୁ ଥଇଥାନ ନେଇ ସରକାର ଚିନ୍ତା କରୁଛନ୍ତି | ଲକ୍ଷ୍ମୀ ମାର୍କେଟ ନିଆଁ ଭିତରୁ ସୁନା ଅଳଙ୍କାର ଉଦ୍ଧାର ହୋଇଛି |
ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି |ନିଆଁ ଲାଗିଥିବା ହୋଟେଲରୁ ସୁନା ଅଳଙ୍କାର ଓ ଟଙ୍କା ମିଳିଛି |ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସି ହୋଟେଲରେ ରହିଥିଲେ |ରାତିରେ ନିଆଁ ଲାଗିବାରୁ ସବୁ ଛାଡ଼ି ଡରରେ ବାହାରି ପଳାଇ ଥିଲେ |