
ସାନଖେମୁଣ୍ଡି :ଗଞ୍ଜାମ ଜିଲ୍ଲା ତପ୍ତପାଣି ନିକଟସ୍ଥ ଲକ୍ଷ୍ମୀପୁର ଗ୍ରାମରେ ଏକ କାର ଧକାରେ ବାଳକର ମୃତ୍ଯୁ। ମୃତ୍ୟ ବାଳକର ଘର ଗଜପତି ଜିଲ୍ଲା ମୋହନା ବ୍ଲକ ଲିଲିଗଡ ନିକଟସ୍ଥ ଢେପାପଦର ଗ୍ରାମର ସିପୁନ ନାୟକ ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ମୁତାବକ ମୃତ୍ୟୁ ବାଳକ ନିଜ ପିଉସୀ ନାନୀ ଘରକୁ ଯାଇଥିଲେ । ଆଜି ସକାଳ ସମୟରେ ସିପୁନ ହୋଷ୍ଟଲେରେ ଜଳଖିଆ ଖାଇ ସାଇକେଲରେ ଆସୁଥିବା ବେଳେ ବ୍ରହ୍ମପୁର ଦେଇ ଯାଉଥିବା ଏକ କାର (OD02AP7524) ନମ୍ବର ଗାଡି ସାଇକେଲକୁ ଧକା ଦେଇଥିଲା। ଘଟଣା ସ୍ଥଳରେ ସାଇକେଲ ଆରୋହୀ ସିପୁନ ନାୟକଙ୍କ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ନ୍ୟାୟ ପାଇଁ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ବ୍ରହ୍ମପୁର ଓ ମୋହନା ରାସ୍ତା ପ୍ରାୟ ୫ ଘଣ୍ଟା ଅବରୋଧ କରିଥିଲେ। ଖବର ପାଇ ପାଟପଦର ଥାନା ଅଧିକାରୀ ପହଞ୍ଚି ମୃତ୍ୟ ବାଳକର ବାପା ଓ ମାମୁଙ୍କୁ ବୁଝାଇଥିଲେ। କିନ୍ତୁ ମୃତ୍ୟଙ୍କ ପିତା କହିବା ପ୍ରକିରେ ତାଙ୍କ ପୁଅକୁ ଯେଉଁ ଗାଡି ଧକ୍କା ଦେଇଛି ସେ ଅର୍ଥ ପୂରଣ ଦେବା ପାଇଁ ଦାବି କରିଥିଲେ। ସେଷରେ ପାଟପଦର ପୋଲିସ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତିରେ ନିଆଗଲା ଯେ ଯେଉଁ ଗାଡି ଧକ୍କା ଦେଇଛି ସେ ଯଦି ଅର୍ଥ ପୂରଣ ଦେବା ପାଇଁ ପ୍ରତିଶୃତି ଦେବାପରେ ରାସ୍ତା ରୋକ୍ ସରିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତ୍ୟୁ ବାଳକକୁ ବ୍ରହ୍ମପୁର ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରେଡକ୍ରସ ପାଣ୍ଠିରୁ ମୃତ୍ୟୁ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ବାକି କ୍ଷତି ପୁରଣ ପାଟପୁର ଥାନାରେ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।