ବଲାଙ୍ଗୀର,ବଲାଙ୍ଗୀର ଟିଟଲାଗଡ ରୋଡ ନିକଟସ୍ଥ ପେଲେସଲାଇନରେ ଥିବା ରୟାଲ ଗ୍ରୀନ ସୋସାଇଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି । ଅବିର ଓ ରଙ୍ଗର ରଙ୍ଗରେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଥିଲା । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଥିଲେ । ହୋଲି ଖେଳ ପଛରେ ପୌରାଣିକ ତତ୍ଵ ବି ରହିଛି । ସମସ୍ତଙ୍କୁ ଭାବର ରଙ୍ଗରେ ରଙ୍ଗୀନ କରିବାକୁ ବର୍ଷକ ପରେ ଆସିଛି ଭାଇଚାରାର ମହାନ ପର୍ବ ହୋଲି। ଅବିର ମାଧ୍ୟମରେ ଶାନ୍ତି, ପ୍ରୀତି, ମୈତ୍ରି, ସଦଭାବନାର ବାର୍ତ୍ତା ବିଞ୍ଚି ଚାଲିଛି ଏହି ମହାନ ପର୍ବ। ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ଅଭିବାଦନ ଜଣାଇଛନ୍ତି ଆବାଳ ବୃଦ୍ଧ ବନିତା। କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ।
ମନୋଜ ଜୈନ, ବିଜୟ ଗୋଏଲ, ଆଶିଷ ଅଗ୍ରୱାଲ, ଅରୁଣ ମିଶ୍ର, କୈଳାସ ଅଗ୍ରୱାଲ ଏବଂ ସୋସାଇଟିରେ ବସବାସ କରୁଥିବା ମହିଳା, ଯୁବକ, ଯୁବତୀ ଓ ଛୋଟ ଛୋଟ ଛୁଆମାନେ ସମସ୍ତେ ମିଳିତ ଭାବେ ରଙ୍ଗ ଖେଳିଥିଲେ ତଥା ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।