କନ୍ଧମାଳ, କଡ଼ା ସୁରକ୍ଷା ମଧ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୨୦୮ଟି ହାଇସ୍କୁଲର ମୋଟ ୧୦ ହଜାର ୧୩୭ ଜଣ ଛାତ୍ରଛାତ୍ରୀ ୬୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ମୋଟ ୧୬ ଟି ନୋଡ଼ାଲ ସେଣ୍ଟର କରାଯାଇଛି । ସେଥିରୁ ୯ଟି ନୋଡ଼ାଲ କେନ୍ଦ୍ର ବିଭିନ୍ନ ହାଇସ୍କୁଲରେ ହୋଇଥିବା ବେଳେ ମାଓ ଉପଦୃତ ଅଞ୍ଚଳରେ ଆଉ ୭ଟି ବିଭିନ୍ନ ଥାନାରେ କରାଯାଇଛି। ସେହିପରି ମଧ୍ୟମା ପରୀକ୍ଷା ପାଇଁ ୩ଟି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୩ଟି ପରୀକ୍ଷାକେନ୍ଦ୍ର କରାଯାଇଛି। ପ୍ରତିଦିନ ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ହେବ । ୨୦ ତାରିଖ ଯାଏ ପରୀକ୍ଷା ଚାଲିବ ।
ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ କହିଛନ୍ତି । ସେହିପରି କପି ରୋକିବା ପାଇଁ ସ୍କ୍ବାଡ ଗଠନ କରାଯାଇଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଷଡଙ୍ଗୀ କହିଛନ୍ତି ।