ମାଲକାନଗିରି, ମାଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ମାଓ ନେତା ଜଗନ୍ନ ଖବର ପାଇଥିଲେ ମଧ୍ୟ ମା’ଙ୍କୁ ଶେଷ ଦର୍ଶନ କରିପାରି ନଥିଲେ। ମାଓନେତାଙ୍କ ମା’ଙ୍କ ପରଲୋକ ଖବର ପାଇ ସିଲେରୁ ଥାନା ଏସଆଇ. ରାମକୃଷ୍ଣା ସଙ୍ଗେ ସଙ୍ଗେ କମୁଲୱାଡା ଗାଁରେ ପହଞ୍ଚିଥିଲେ। ପୁଲିସ ସହକର୍ମୀଙ୍କ ସହ ନିଜେ ମହିଳାଙ୍କ ମୃତଦେହକୁ କାନ୍ଧରେ ବୋହି ମଶାଣିକୁ ନେଇଥିଲେ। ସେଠାରେ ରୀତିନୀତି ଅନୁଯାଇ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ପାଇଁ ପରିବାରର ଅନ୍ୟମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଶେଷ ସମୟରେ ସୀତାମା ଙ୍କ ନିକଟରେ ଦୁଇ ପୁଅ ନଥିବା ବେଳେ ପୁଲିସର ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ମା’ଙ୍କ ଦେହାନ୍ତ ପରେ ମିଳିଲାନି ଚାରି କାନ୍ଧ। ମା’ଙ୍କ ଶେଷ ଦର୍ଶନ ପାଇଁ ମାଓନେତା ବି ଆସିପାରିଲେନି। କିନ୍ତୁ, ମାନବିକତା ଦେଖାଇ ପୁଲିସ ବାବୁ ପୁଅ ହୋଇ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର – ଓଡିଶା ଚିତ୍ରକୋଣ୍ଡା ସୀମାନ୍ତ ସିଲେରୁ ଥାନା କମୁଲୁୱାଡା ଗାଁରେ। ଆନ୍ଧ୍ରର ମୋଷ୍ଟ ୱାଣ୍ଟେଡ୍ ମାଓନେତା କାଜୁରି ପାଣ୍ଡାନା ଓରଫ (ଜଗନ୍ନ)ଙ୍କ ମା’ ସୀତା ଆଗାଙ୍କ ଆଜି ଦେହାନ୍ତ ଘଟିଥିଲା।