ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ କଲେଜର ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ପୌରୋହିତ୍ୟରେ ଉଦଘାଟିତ ହୋଇଯାଇଛି। ଉକ୍ତ ତାଲିମ୍ ଶିବିରକୁ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଶ୍ରୀଯୁକ୍ତ ଯୁବରାଜ ସ୍ଵାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେ ଛାତ୍ରୀ ମାନଙ୍କୁ ନିଜର ସୁରକ୍ଷା ପ୍ରତି ସଚେତନ ରହିବା ସହିତ ଗ୍ରାମାଞ୍ଚଳରେ ରହୁଥିବା ଝିଅ ମାନଙ୍କୁ ଏହି ବାର୍ତ୍ତା ଦେବା
ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ସମ୍ପ୍ରତି ଦେଶରେ ନାରୀ ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ସମ୍ମିଳିତ ଉଦ୍ୟମରେ ପ୍ରତିହତ କରିବା ନିତାନ୍ତ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ସଭାପତି ଶ୍ରୀଯୁକ୍ତ ସାହୁ ତାଙ୍କ ଅଭିଭାଷଣରେ ସମସ୍ତଙ୍କ ସହଯୋଗରେ ଛାତ୍ରୀ ମାନେ ସଠିକ୍ ଭାବେ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ଲାଭ କରିପାରିବେ ଓ ନିଜର ସୁରକ୍ଷା ପ୍ରତି ଯତ୍ନବାନ ହେବେ। ପ୍ରଶିକ୍ଷିକା ଦ୍ୱୟ ସୁଶ୍ରୀ ବର୍ଷା ସ୍ଵାଇଁ ଓ ସୁଶ୍ରୀ ଜ୍ୟୋତି ବେହେରା ନିଜ ନିଜର ଅଭିମତ ପ୍ରଦାନ କରିଥିଲେ। ଏହି ଶିବିର କୁ ସଂଯୋଜକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶିବିରକୁ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ୧୨୦ ଜଣ ଛାତ୍ରୀ ଉପସ୍ଥିତ ଥିଲେ।
କଲେଜ ର ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଉପସ୍ଥିତ ରହି ଶିବିରର ସଫଳତା କାମନା କରିଥିଲେ। ପରିଶେଷରେ ସଂଯୋଜକ ଯୋଗଦେଇଥିବା ସମସ୍ତ ଅତିଥି, ଅଧ୍ଯାପକ, ଅଧ୍ୟାପିକା ଓ କର୍ମଚାରୀ ଓ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।