
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମରେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ପର୍ବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି |ଏହି ପର୍ବ ବରପୁଟ ଗ୍ରାମବାସୀଙ୍କ ଦ୍ୱାରା ଅନେକ ବର୍ଷ ଧରି ଉତ୍ସାହର ସହିତ ପାଳନ ହୋଇ ଆସୁଛନ୍ତି |ପରମ୍ପରା ଅନୁସାରେ ଗ୍ରାମର ପ୍ରଭୁ ମଦନମୋହନଙ୍କ ପୀଠରୁ ବୃଷଭ, ବୁଢ଼ା ବୁଢ଼ୀ ଏବଂ ଘଣ୍ଟ ଘଣ୍ଟା, ମୃଦଙ୍ଗ, ଢୋଲ ମାଧ୍ୟମରେ ଶୋଭାଯାତ୍ରାରେ ବାହାରି ବାବା ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ପହଞ୍ଚନ୍ତି ସେଠାରେ ହରି ହର ଭେଟ ଏବଂ ଭୋଗ, ଧୂପ ଦୀପ, ନୈବେଦ୍ୟରେ ପୂଜା ନୀତି ଅନୁଷ୍ଠିତ ହୋଇଥିଲା |ଏହାପରେ ଶ୍ରୀ ଶ୍ରୀ ମଦନମୋହନ ଦେବ ଏବଂ ବାବା ବାଲୁଙ୍କେଶ୍ୱର ଦେବ ଦୁଇଗୋଟି ବିମାନ ମାଧ୍ୟମରେ ଶୋଭାଯାତ୍ରାରେ ବାହାରି ପଞ୍ଚାୟତର ବରପୁଟ, ପଥୁରୀପଡା ଏବଂ ପଶାଣିଆ ଗ୍ରାମରେ ଭୋଗ ଖାଇଥିଲେ |ଏହି ଉତ୍ସବ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ହୋଇଥିଲା |