ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ପବିତ୍ର ଦୋଳ ଯାତ୍ରା ଅନ୍ୟତମ | ଦୋଳଗୋବିନ୍ଦ ଦୋଳ ରେ ଝୁଲି ରଙ୍ଗ ଅବିର ଖେଳି ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ଶ୍ରୀକ୍ଷେତ୍ର ରେ ଭକ୍ତି ର ମନୋମୟ ପରିବେଶ ସୃଷ୍ଟି କରିଥାଏ |
ଧର୍ମ , ସଂସ୍କୃତି ଓ ପରମ୍ପରା ର ଅନ୍ୟତମ ଜାଗ୍ରତ ପ୍ରହରୀ ଉତ୍କଳ ବିଦ୍ଵତ ପରିଷଦ ଆନୁକୂଲ୍ୟରେ ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦ ଦୋଳ ବେଦୀ କୁ ବିଜେ ହେବା ପରେ ତାଙ୍କୁ ଭଜନ ଜଣାଣ ମାଧ୍ୟମ ରେ ପ୍ରୀତ କରି ବିଶ୍ୱ କଲ୍ୟାଣ ଉଦେଶ୍ୟରେ ଏକ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା |
ଦୋଳ ବେଦି କୋଣ ସତ୍ୟନାରାୟଣ ମନ୍ଦିର ପରିସରରେ ଆୟୋଜିତ ଏହି ଭଜନ କାର୍ଯ୍ୟକ୍ରମ କୁ ଶ୍ରୀମନ୍ଦିର ପରିଚାଳନା ସମିତି ସଦସ୍ୟ ତଥା ବରିଷ୍ଠ ମହାଜନ ସେବକ ମଣ୍ଟୁ ସିଂହାରୀ , ନେବଳ ଦାସ ମଠ ମହନ୍ତ ଡ଼ ରାମ ଚରଣ ଦାସ , କଟକୀ ମଠ ମହନ୍ତ ଡ଼ ବିଜୟ ରାମାନୁଜ ଦାସ ,ଉତ୍ତରପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାସ , ଉତ୍କଳ ବିଦ୍ଵତ ପରିଷଦ ର ଅଧ୍ୟକ୍ଷ ମନୋଜ ରଥ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ |
ଶ୍ରୀକ୍ଷେତ୍ର ଭଜନ ମଞ୍ଚ ତରଫରୁ ସଙ୍ଗୀତଜ୍ଞ ରାଜେନ୍ଦ୍ର ସାହୁ , କୁମାର ଭଗବାନ , ଅଚ୍ୟୁତ ମହାରଣା , ମମତା ଶ୍ରୀଚନ୍ଦନ , ହରିଶ ଦାଶ , କୁମାର ଉଦିତ ପ୍ରମୁଖ ପାରମ୍ପରିକ ଭଜନ ଚମ୍ପୁ ଆଦି ଗାନ କରି ଭକ୍ତ ମାନଙ୍କୁ ଭାବବିହ୍ୱୋଳ କରି ଦେଇଥିଲେ |ରାତି 11ଘଣ୍ଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା |
ସତ୍ୟନାରାୟଣ ମନ୍ଦିର ସମିତି ର ବଳଭଦ୍ର ମହାନ୍ତି ,ଉତ୍କଳ ବିଦ୍ଵତ ପରିଷଦ ର ସଚିବ ବିଜୟ ବ୍ରହ୍ମା , କୋଷାଧ୍ୟକ୍ଷ ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ ,ଶ୍ୟାମ ସୁନ୍ଦର ମହାପାତ୍ର , ଭବାନୀ ସାମନ୍ତରାୟ , ପୁର୍ଣ୍ଣ ମିଶ୍ର ଓ ନିଖିଳ ଉତ୍କଳ ମଠ ମନ୍ଦିରାଧିଶ ସମ୍ମେଳନ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |