
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ତୀର୍ଥଯାତ୍ରା ହେଲା ଶେଷଯାତ୍ରା। ପୁରୀରୁ ରାଜସ୍ଥାନ ତୀର୍ଥଯାତ୍ରାରେ ଯାଇଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ହେଉଛନ୍ତି ପୁରୀ ବେହେରା ସାହିର କୁନିମଣି ଦାଶ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ଗତ ଶୁକ୍ରବାର ଦିନ ୧୫୯ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ଯାଇଥିଲେ। ଏହି ବରିଷ୍ଠ ନାଗରିକ ମାନେ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରୁଛନ୍ତି। ଆସନ୍ତା ୯ ତାରିଖରେ ସେମାନେ ଓଡ଼ିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି।ଏମାନଙ୍କ ସହାୟତା ପାଇଁ ୫ ଜଣ ସହାୟକ ମଧ୍ୟ ଯାଇଥିଲେ। ତେବେ ଅସୁସ୍ଥତା ଓ ବୟସାଧିକ କାରଣରୁ କୁନିମଣିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।